ଗ୍ରୀଷ୍ମ ଋତୁ : କାର୍ ଅଗ୍ନିକାଣ୍ଡ ନେଇ କେମିତି ରହିବେ ସତର୍କ

0

ନୂଆଦିଲ୍ଲୀ : ଦିଲ୍ଲୀର ଅକ୍ଷରଧାମ ମନ୍ଦିର ନିକଟରେ ବୁଧବାର ପୁଣି ଏକ କାର୍ ଜଳିଯାଇଛି। ଚାହୁଁ ଚାହୁଁ ରାସ୍ତା ଉପରେ କାରଟି ଜଳି ଯାଇଥିଲା । ଏହାକୁ ମିଶାଇ ସ୍ଥାନୀୟ ଅଞ୍ଚଳରେ ଏହା ଦ୍ବିତୀୟ ଘଟଣା । ତେବେ ସୌଭାଗ୍ୟ ବଶତଃ କାର ଚାଳକଙ୍କ କିଛି କ୍ଷତି ହୋଇ ନାହିଁ। ସେ ସୁରକ୍ଷିତ ଅଛନ୍ତି । ଗତ ରବିବାର ଦିନ ମଧ୍ୟ ଅକ୍ଷରଧାମ ଫ୍ଲାଏ ଓଭର ଉପରେ ଏକ କାରରେ ନିଆଁ ଲାଗିଯାଇଥିଲା। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଖରା ଦିନେ ଏହି ଘଟଣା ପ୍ରୟତଃ ଅଧିକ ଘଟିଥାଏ।

ଆସନ୍ତୁ ଜାଣିବା କାର୍ ଅଗ୍ନିକାଣ୍ଡରେ ସାବଧାନତା ବିଷୟରେ

ତେବେ କେବଳ ଭାରତରେ ଏହି କାର୍ ଅଗ୍ନିକାଣ୍ଡ ହୋଇନଥାଏ। ବିଶ୍ବର ଅନ୍ୟ ପ୍ରାନ୍ତରେ ମଧ୍ୟ ଏଭଳି ଘଟଣାମାନ ଦେଖିବାକୁ ମିଳୁଛି। ପ୍ରତିବର୍ଷ ଅଷ୍ଟ୍ରେଲିଆରେ ପ୍ରଚଣ୍ଡ ଗ୍ରୀଷ୍ମରେ ଏଇ କାର୍ ଅଗ୍ନିକାଣ୍ଡ ସମସ୍ୟା ବଢ଼ୁଥିବାର ଦେଖାଯାଇଛି। କାର୍ ବିଶେଷଜ୍ଞଙ୍କ ମତରେ, ଇନ୍ଧନ ଲିକେଜ୍, ଅତ୍ୟଧିକ ଗରମ, ସଟ୍ ସର୍କିଟ୍ ଓ ଦୁର୍ଘଟଣା କାରଣରୁ କାର୍ରେ ନିଆଁ ଲାଗିଯାଏ । ଆମେରିକାରେ ଗ୍ୟାସ୍ଚାଳିତ କାର୍ଗୁଡ଼ିକ ହିଁ ସବୁଠୁ ଅଧିକ ସଂଖ୍ୟାରେ ନିଆଁ ଲାଗିଯାଏ। ପ୍ରତି ବର୍ଷ ଏଭଳି ଦୁର୍ଘଟଣାରେ ସେଠାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି।
• ପ୍ରତ୍ୟେକ କାର୍ ଚାଳକ ଓ ମାଲିକ ନିୟମିତ ଭାବେ କାର୍ ଯାଞ୍ଚ କରିବା ଉଚିତ। ସଟ୍ ସର୍କିଟ୍ ହେଉଥିଲେ ଅବା କାର୍ରେ ଅନ୍ୟ କୌଣସି ଅସୁବିଧା ହେଉଥିଲେ ତୁରନ୍ତ ଯାଞ୍ଚ କରାନ୍ତୁ ।
• ନିୟମିତ ବ୍ୟବଧାନରେ କାର୍ ସର୍ଭିସିଂ କରାଇବା ସହ ଦୃତ ଗତିରେ କାର୍ ଚଳାଇବା ଅନୁଚିତ। ଜଣେ ସତର୍କ ତଥା ଦାୟିତ୍ବବାନ୍ ଚାଳକ ହିଁ ଏଥି ନିମନ୍ତେ ସଚେତନ ରହିବା ଜରୁରୀ।

Leave A Reply