ପୂରୁଣା ଗାଡି କିଣିବା ସମୟରେ ଏହି ୫ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

0

ନୂଆଦିଲ୍ଲୀ : ପୂରୁଣା ଗାଡି କିଣିବାକୁ ଯାଉଛନ୍ତି କି? ଯଦି ଯାଉଛନ୍ତି ତେବେ ଗାଡି କିଛି ପ୍ରମୁଖ ଦିଗ ଉପରେ ନଜର ଦେବାକୁ ପଡିବ। କାରଣ ପୂରୁଣା ଗାଡି ଉପରେ ସହଜରେ ବିଶ୍ୱାସ କରିବା ମୁର୍ଖାମି। ଗାଡି ଆଣିବା ସମୟରେ ଗାଡିର ବିଭିନ୍ନ ଜିିନିଷକୁ ଦୃଷ୍ଟି ଦେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଦରକାର?
ଗାଡି କାଗଜପତ୍ର ଯାଞ୍ଚ ଦେବା ଦରକାର
କୌଣସି ପୂରୁଣା ଗାଡି କିଣିବା ସମୟରେ ପ୍ରଥମେ ସେହି ଗାଡିର ସୋ ରୁମ ଯିବାକୁ ପଡିଥାଏ। ସୋ ରୁମରେ ଗାଡିର ନମ୍ବର ଦେଇ ଗାଡିର ସମସ୍ତ ଖବର ଜାଣିବାକୁ ପଡିଥାଏ। କେତେ ଥର ଗାଡି ସର୍ଭି ସିଂ ହୋଇଛି, କେତେ ଟଙ୍କା ଦିଆଯାଇଛି ଆଦି ଗାଡିର ବହୁ ଜିନିଷ ଜାଣିବାକୁ ପଡିଥାଏ।
ଇଞ୍ଜିନର ଯାଞ୍ଚ
କାରର ବୋନଟ ଖୋଲି ଇଞ୍ଜିନର ଚାରିପାଖରେ କୌଣସି କଣା ଥିବା ଯାଞ୍ଚ କରିବାକୁ ପଡିବ। ଯଦି କଣା ଥିବା ଦେଖାଯାଏ। ତାହା ହେଲେ ଗାଡିର ଇଞ୍ଜିନ ବଦଳାଇବା ସମୟ ଆସିଯାଇଛି। ଏଭଳି ଗାଡି କେବେ ବି କିଣନ୍ତୁ ନାହିଁ। ଡିଜେଲ ଗାଡିରେ ଏହି ସମସ୍ୟା ଅଧିକ ଦେଖାଯାଏ। ସେହିପରି ପେଟ୍ରୋଲ ଗାଡିରେ ଗାଡିର ଟବ୍ରି ଖରାପ ହେଉଥିବା ଦେଖିବାକୁ ମିଳୁଛି।
ଟାୟାରର ଯାଞ୍ଚ
ପୂରୁଣା କାର ନେବା ସମୟରେ କାରର ଟାୟାର ପ୍ରତି ଦୃଷ୍ଟି ଦେବା ଦରକାର। ସାଧାରଣତଃ ଏକ କାର ୩୫-୪୫ କିମି ପର୍ଯ୍ୟନ୍ତ ଚାଲିଥାଏ। ଏହା ଆପଣ ଗାଡିର ସ୍ପିଡୋମିଟର ଦ୍ୱାରା ଜାଣିପାରିବେ।
ଗାଡିର ରଙ୍ଗ
ଗାଡିର ରଙ୍ଗରୁ ହିଁ ଗାଡି କେତେ ପୁରୁଣା ବୋଲି ଲୋକମାନେ ଅନୁମାନ କରିଥାନ୍ତି। ଯଦି ଗାଡି କେବେ ଦୁର୍ଘଟଣା ହୋଇଥାଏ, ତାହା ଗାଡିର ରଙ୍ଗ ଦ୍ୱାରା ଜଣାପଡିଥାଏ। ତେବେ ଆପଣ ଗାଡିର ସମସ୍ତ ଭାଗର ରଙ୍ଗ ଭଲଭାବରେ ଯାଞ୍ଚ କରିବା ଦରକାର।
ପୁରୁଣା କାରର ୱାରେଣ୍ଟି
ଆଜିକାଲି ବହୁ କମ୍ପାନୀ ପୁରୁଣା କାର ଉପରେ ୱାରେଣ୍ଟି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ବହୁ ଅଗ୍ରଣୀ କମ୍ପାନୀ ୱାରେଣ୍ଟି ଦେଇ ନିଜର କମ୍ପାନୀ ଲୋକପ୍ରିୟତା ବୃଦ୍ଧି କରିବାକୁ ଚେଷ୍ଟା କରିଥାନ୍ତି।

Leave A Reply