ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

0

ତାଳପଦର : ଜମ୍ମୁ-କାଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ବରଗଡ ଜିଲ୍ଲାର ବିଜେପୁର ପଞ୍ଚାୟତ ସମିତି ଅର୍ନ୍ତଗତ ତାଳପଦର ଗ୍ରାମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗ୍ରାମ ପରିକ୍ରମା କଲା ପରେ ଚୂଡ଼ାମଣି ପଧାନଙ୍କର ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ସୋମନାଥ ପଧାନ, ତେଜରାଜ ବାରିକ, ପପଟଲାଲ ଭୋଇ, ଯୋଶୋବନ୍ତ ପାତ୍ର, କୀର୍ତ୍ତୀଚନ୍ଦ୍ର ପଧାନ, ଗଜାନନ୍‍ ସାହୁ, ହୃଦମଣି ସାହୁ, ଚୂଡ଼ାମଣି ସାହୁ, ସରପଂଚ ଦୁଲ୍ଲଭ ସେଠ୍‍, ସମିତି ସଭ୍ୟ ପ୍ରସାଦ ଚନ୍ଦ୍ର ସେଠ୍‍, ଭଗବାନ ନାଏକ, ଆଲୋକ ସାହୁ, ଭୋଜରାଜ ପଧାନ, ପ୍ରଶାନ୍ତ କୁମାର ସାହୁ, ଝସକେତନ ପଧାନ, ନନ୍ଦଳାଲ ପଧାନ ପ୍ରମୁଖ ଆତଙ୍କବାଦୀଙ୍କ ଏହି ହୀନ କାର୍ଯ୍ୟକୁ ନିନ୍ଦା କରିଥିଲେ । ଗ୍ରାମର ଶତାଧିକ ଲୋକ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ।

Leave A Reply