ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ବିଧାନସଭା ନିମନ୍ତେ ୨୪୫, ଲୋକସଭା ପାଇଁ ୩୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

0

ଭୁବନେଶ୍ବର: ରାଜ୍ୟରେ ଆଗାମୀ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା। ଏହି ଦିନ ବିଭିନ୍ନ ଲୋକସଭା ଏବଂ ବିଧାନସଭା ଆସନ ଲାଗି ମୋଟ ୨୨୯ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଧାନସଭା ଆସନ ପାଇଁ ୨୦୭ ପ୍ରାର୍ଥୀ ଏବଂ ଲୋକସଭା ଆସନ ପାଇଁ ୨୨ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଧାନସଭା ପାଇଁ ମୋଟ ୨୪୫ ପ୍ରାର୍ଥୀ ଏବଂ ଲୋକସଭା ନିମନ୍ତେ ୩୦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି।

ସେହିପରି ସୋମବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ବିଧାନସଭା ଆସନ ଲାଗି ୮୭ ପ୍ରାର୍ଥୀ ଏବଂ ଲୋକସଭା ଆସନ ପାଇଁ ୧୭ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ୟ ପର୍ଯ୍ୟାୟ ଭୋଟ ଲାଗି ବିଧାନସଭା ନିମନ୍ତେ ମୋଟ ୯୬ ଏବଂ ଲୋକସଭା ପାଇଁ ୨୧ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Leave A Reply