ଟେଷ୍ଟି କେକ୍‍

0

ଆବଶ୍ୟକ ସାମଗ୍ରୀ
ମଇଦା –୨୦୦ଗ୍ରାମ
ବେକିଙ୍ଗ ପାଉଡ଼ର – ୧ ଚାମଚ
ଲୁଣ- ସାମାନ୍ୟ
କ୍ଷୀର – ଆବଶ୍ୟକ ଅନୁଯାୟୀ
ଅଣ୍ଡା – ୧ଟି
ଚିନି – ୧୫୦ ଗ୍ରାମ, ପେଷା (ଗ୍ରାଇଣ୍ଡିଙ୍ଗ) ହୋଇଥିବା
ବଟର – ୨ ଚାମଚ
କଦଳୀ – ୧ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଇଦା, ବେକିଙ୍ଗ ପାଉଡ଼ର, ଚିନି, ସାମାନ୍ୟ ଲୁଣକୁ ଭଲ ଭାବେ ଗେ।।ଳାଇ ଦିଅନ୍ତୁ। ଏହା ପରେ ଏଥିରେ ବଟର ଓ କ୍ଷୀର ପକାଇ ଭଲ ଭାବେ ଫେଣ୍ଟନ୍ତୁ। ଭଲ ଭାବେ ଫେଣ୍ଟିବା ପରେ ଏଥିରେ ଏକ ଅଣ୍ଡାକୁ ଭାଙ୍ଗି ପକାନ୍ତୁ ଓ ଭଲ ଭାବେ ଗୋଳାଇ କିଛି ସମୟ ପାଇଁ ରଖିଦିଅନ୍ତୁ। କିଛି ସମୟ ପରେ କଦଳୀକୁ ଛୋଟ ଛୋଟ କରି କାଟି ଏହି ମିଶ୍ରଣରେ ମିଶାନ୍ତୁ। ଏବେ ଏହାକୁ କୁକର ମଧ୍ୟରେ ଏକ ପାତ୍ର ରଖି ସେହି ପାତ୍ରରେ ସାମାନ୍ୟ ଘିଅ ଲଗାଇ ମିଶ୍ରଣକୁ ପକାନ୍ତୁ। ଗ୍ୟାସ ଲଗାଇ ଏହାକୁ ୧୦ରୁ ୧୫ ମିନିଟ ବସାନ୍ତୁ। କିମ୍ବା ଓଭନରେ ୧୦ରୁ ୧୫ମିନିଟ ବସାଇ ପ୍ରସ୍ତୁତ କରନ୍ତୁ। ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply