୩ ଦିନରେ ଚାଷୀଙ୍କୁ ମିଳିବ ଟଙ୍କା: ଧାନ କ୍ରୟକୁ ନେଇ କ୍ୟାବିନେଟର ନିଷ୍ପତ୍ତି

0

ଭୁବନେଶ୍ବର: ସୋମବାର ସଚିବାଳୟରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବା ୩୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେଥିମଧ୍ୟରୁ ୨୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସାଧାରଣରେ ବଣ୍ଟନ ପାଇଁ ରହିବ ଏବଂ ବଳକା ଚାଉଳ ଏଫସିଆଇକୁ ଦିଆଯିବ ବୋଲି ସୂଚନା ମିଳିଛି । ପାକ୍ସ ଏବଂ ଲ୍ୟାମ୍ପସ ଜରିଆରେ ଧାନ ସଂଗ୍ରହ କରାଯିବ । ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି।

Leave A Reply