ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର . – ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଚଳିତ ଆର୍ଥିକ ଚିଠା ବଜେଟ୍‌ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହାର ପରିମାଣ ଏକ ଲକ୍ଷ ଅଣଚାଳିଷ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜୁନ୍‌ ୨୮ ତାରିଖରେ ଚଳିତ ବର୍ଷର ବଜେଟ୍‌କୁ ବିଧାନସଭାରେ ଆଗତ କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଆଗତ କରିବେ ।
ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍‌ ଆଗତ କରାଯାଇଥିଲା । ଏବେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରାଯିବ ।

Comments are closed.