ପୁର୍ନବାର ତିନି ତଲାକ୍‍ ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ

0

ନୂଆଦିଲ୍ଲୀ : ତିନି ତଲାକ୍‍କୁ ଏକ ଫୌଜଦାରୀ ଅପରାଧ କରିବା ପାଇଁ ପୁର୍ନବାର ଅଧ୍ୟାଦେଶ ଜାରି କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ଅଧ୍ୟାଦେଶ ତିନି ତଲାକକୁ ଅବୈଧ ଓ ବେଆଇନ ଘୋଷଣା କରିବ। ଏଥି ପାଇଁ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍‍ଦଣ୍ଡର ବ୍ୟବସ୍ଥା ସହିତ ଏହାକୁ ଦଣ୍ଡନୀୟ ଅପରାଧର ଶ୍ରେଣୀଭୁକ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗତକାଲି ଏହି ନଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଓ ବିରୋଧ ଯୋଗୁଁ  ରାଜ୍ୟସଭାରେ ତିନି ତଲାକ୍‍ ବିଲ୍ ଆଗତ ହୋଇପାରି ନ ଥିଲା

Leave A Reply