୮ହଜାର ୩ଶହ କୋଟି ଅତିରିକ୍ତ ଚିଠା ପ୍ରସ୍ତାବକୁ ମଞ୍ଜୁରୀ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ୍‍ର ରୂପରେଖ ନେଇ ଆଲୋଚନା କରାଯିବା ସହ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରାୟ ୮ ହଜାର ୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‍ର ଚିଠା ପ୍ରସ୍ତୁତିକୁ ମଞ୍ଜୁରି ମିଳିଛି। ବଜେଟ୍‍ରେ ପୁରୀ ଶ୍ରୀମନ୍ଦିରର ଭିତ୍ତିଭୂମି ନିର୍ମାଣ, ବିଭିନ୍ନ ମେଡିକାଲ କଲେଜ ଓ ହସ୍‍ପିଟାଲ ଗୁଡିକର ସାମଗ୍ରିକ ବିକାଶ, କାଳିଆ ଯୋଜନା ନିମନ୍ତେ ଅତିରିକ୍ତ ପାଣ୍ଠି ଓ ବିଭିନ୍ନ ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ବ୍ୟୟବରାଦ କରାଯାଇଛି।

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହା ଉପସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।

Comments are closed.