ବିହାର ଏବଂ ଉତ୍ତରପ୍ରଦେଶର ତିନୋଟି ଲୋକସଭା ଆସନ ପାଇଁ ଉପନିର୍ବାଚନ

0

ନୂଆଦିଲ୍ଲୀ : ବିହାର ଏବଂ ଉତ୍ତରପ୍ରଦେଶର ତିନୋଟି ଲୋକସଭା ଆସନ ପାଇଁ ରବିବାର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉତ୍ତରପ୍ରଦେଶର ଫୁଲପୁର ଏବଂ ଗୋରଖପୁର ଓ ବିହାରର ଆରିଆରା ଆସନ ପାଇଁ ଅନୁଷ୍ଠିତ ହେଉଥିବା ଏହି ଉପନିର୍ବାଚନ ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ତେବେ ବିହାରର ଜେହେନାବାଦ ଓ ଭବୁଆ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ଅନୁଷ୍ଠିତ ହେଉଛି। ନିର୍ବାଚନ କମିଶନ ନିର୍ବାଚନ ସମ୍ବନ୍ଧୀୟ ବିଜ୍ଞାପନ ଉପରେ କଟକଣା ଜାରି କରିଛନ୍ତି। ମୁକ୍ତ ଏବଂ ଅବାଧ ମତଦାନ ସାଙ୍ଗକୁ ମତଦାତାଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଆସନ୍ତା ୧୪ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।

Leave A Reply