ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ

0

ନୂଆଦିଲ୍ଲୀ : ମାନ୍ଦାବାସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ନେଉଛନ୍ତି ସେନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଠାରେ ନିର୍ମଳାଙ୍କ ସହ କେନ୍ଦ୍ର ଅର୍ଥ ରଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ। ଏହି ଅବସରରେ ନିର୍ମଳା କହିଛନ୍ତି ଯେ

ବ୍ୟାଙ୍କିଂ ସଂସ୍କାର ପାଇଁ ପଦକ୍ଷେପର ପ୍ରଭାବ ଦେଖାଯାଉଛି।
ରିୟଲଇଷ୍ଟେଟ କ୍ଷେତ୍ରରେ ସଂସ୍କାର ପାଇଁ ପଦକ୍ଷେପ ନିଆଯିବ।
ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି।
ରପ୍ତାନୀ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଶିଳ୍ପ ଉତ୍ପାଦନ ବୃଦ୍ଧିର ସ୍ପଷ୍ଟ ସଂକେତ ମିଳୁଛି।
ବିଦେଶୀ ପୁଞ୍ଜି ନିବେଶରେ ବୃଦ୍ଧି ପରିଲକ୍ଷିତ ହେଉଛି। ପ୍ରମୁଖ ଶିଳ୍ପ କ୍ଷେତ୍ରରେ ବିକାଶ ଦେଖିବାକୁ ମିଳୁଛି।
ମୁଦ୍ରାସ୍ପୀତି ୪% ତଳେ ରହିବା ଅର୍ଥନୀତି ପାଇଁ ଶୁଭ ସଂକେତ।

ବିଦେଶୀ ପାଣ୍ଠି ସ୍ୱାଭାବିକ ସ୍ଥିତିରେ ରହିଛି।

ବ୍ୟାଙ୍କଗୁଡ଼ିକ ସୁଧ ହାର କମ କରିଛନ୍ତି।
ଆସନ୍ତା ୧୯ରେ ପିଏସୟୁ ବ୍ୟାଙ୍କ ମୁଖ୍ୟଙ୍କ ସହ ଅର୍ଥମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଘର କିଣିବା ଏବଂ ଟିକସ ସଂଶୋଧନ କରାଯିବ।

Leave A Reply