ଗଞ୍ଜାମରେ ହଟିଲା ବସ୍‍ ଧର୍ମଘଟ

ଗଞ୍ଜାମ : ଦୁଇ ଦିନ ହେବ ଗଞ୍ଜାମରେ ଚାଲିଥିବା ବସ୍ ଧର୍ମଘଟ ଗୁରୁବାର ପ୍ରତ୍ୟାହାର କରିନିଆଯାଇଛି। ଗତ ମଙ୍ଗଳବାର ବ୍ରହ୍ମପୁରରେ ଓ ଗତ କାଲିଠାରୁ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲାରେ ବସ୍ ଚଳାଚଳକୁ ଅନର୍ଦ୍ଧିଷ୍ଠ କାଳ ପର୍ୟ୍ୟନ୍ତ ବସ୍ ଚଳାଚଳ ବନ୍ଦ ରଖିବା ପାଇଁ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯୋଇଥିଲା।
ଉଲ୍ଲେଖ ଯୋଗ୍ୟ, ମଙ୍ଗଳବାର ସକାଳୁ ବ୍ରହ୍ମପୁର ସହରରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିଲା । ବସ୍ ବନ୍ଦ ଯୋଗୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସହର ଭିତରେ ଥିବା ନୂଆ ବସଷ୍ଟାଣ୍ଡର ମରାମତି ସକାଶେ ସମସ୍ତ ଯାତ୍ରୀବାହୀ ବସ ନବନିର୍ମିତ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା । ହେଲେ ଏହି ନିଷ୍ପତ୍ତିକୁ ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଙ୍ଘ ବିରୋଧ କରିବା ସହ ସମସ୍ତ ବସ୍ ଚଳାଚଳ ବନ୍ଦ କରିଦେଇଥିଲେ । ଫଳରେ ବ୍ରହ୍ମପୁରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ପ୍ରାୟ ୪୫୦ ବସ୍ ଅଟକି ରହିଥିଲା ।

Comments are closed.