ବରଗଡ​‌ରେ ଘରୋଇ ବସ ଚଳାଚଳ ବନ୍ଦ

0

ବରଗଡ : ବରଗଡ ଜିଲାରେ ନୂତନ ବସ ଷ୍ଟାଣ୍ଡରେ ଦୋକାନ ନିର୍ମାଣକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୋମବାର ଦିନ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ପୌର ପରିଷଦ ପକ୍ଷରୁ ବରଗଡରେ ନୂତନ ବସ ଷ୍ଟାଣ୍ଡ ବେଆଇନ ଭାବେ ନିର୍ମାଣ କରାଯାଇଛି। ଯାତ୍ରୀ ଓ ବସ କର୍ମଚାରୀଙ୍କ ସୁବିଧାକୁ ଗୁରୁତ୍ବ ନ ଦେଇ ସେଠାରେ ଅନେକ ଗୁଡିଏ ଦୋକାନ ମଧ୍ୟ ନିର୍ମାଣ କରାଯାଇଛି। ଏନେଇ ବସ ମାଲିକ ସଂଘ ଜିଲାପାଳଙ୍କ ସହ ଆଲୋଚନା କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ତେଣୁ ଏନେଇ ଆଜି ଘରୋଇ ବସ ଚଳାଚଳ ବନ୍ଦ ରହିଛି। ଏହାସହ ସଂଘର କର୍ମକର୍ତ୍ତାମାନେ ଜିଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି।

Leave A Reply