ବ୍ରହ୍ମପୁରରେ ଦ୍ୱିତୀୟ ଦିନରେ ବସ ଧର୍ମଘଟ

0

ବ୍ରହ୍ମପୁର: ବ୍ରହ୍ମପୁରରେ ବସ ଚଳାଚଳ ବନ୍ଦ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ରବିବାର ଦିନ ଜିଲା ପ୍ରଶାସନ ଓ ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଙ୍ଘ ମଧ୍ୟରେ ବୈଠକ ବିଫଳ ହୋଇଛି। ପରେ ବ୍ରହ୍ମପୁର ଠାରେ ବସ ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ନୂତନ ବସ୍ ଟର୍ମିନାଲ୍କୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ଚଳାଚଳ ଗତକାଲି ଠାରୁ ବନ୍ଦ ରହିଛି।

Leave A Reply