ରାଜ୍ୟରେ ପୁଣି କମିଲା ବସ୍‌ ଭଡା

0

ଭୁବନେଶ୍ୱର . – ବୁଧବାରରେ ରାଜ୍ୟ ସରକାର ସାଧାରଣ ଓ ଦ୍ରୁତଗାମୀ ବସ୍‌ ଭଡା ହ୍ରାସ କରିଛନ୍ତି । ସାଧାରଣ ଓ ଦ୍ରୁତଗାମୀ ବସ୍‌ର ଭଡା କିଲୋମିଟର ପ୍ରତି ୨ ପଇସା  କମ୍‌ କରାଯାଇଥିବା ବେଳେ ଡିଲକ୍ସ ଓ  ଏସି ବସ୍‌ର ଭ଼ଡା କିଲୋମିଟର ପ୍ରତି ୪ ପଇସା କମ୍‌ କରାଯାଇଛି ।

ପୂର୍ବରୁ ସାଧାରଣ ବସ୍‌ ଭଡା  କିଲୋମିଟର ପ୍ରତି ୭୦ ପଇସା ଥିବା ବେଳେ ଏବେ ହ୍ରାସ ପାଇ ୬୮ ପଇସା ହୋଇଛି । ସେହିପରି  ଦ୍ରୁତଗାମୀ ବା  ଏକ୍ସପ୍ରେସ ବସ୍‌ର ଭଡା କିଲୋମିଟରପ୍ରତି ୭୩ ପଇସାରୁ କମ୍‌ କରି ୭୧ ପଇସା କରି ଦିଆଯାଇଛି । ଡିଲକ୍ସ ବସ୍‌ ଭଡା ପୂର୍ବରୁ  ୧ଟଙ୍କା ଏକ ପଇସା ଥିବା ବେଳେ ଏହାକୁ ହ୍ରାସ କରାଯାଇ ୯୭ ପଇସା କରାଯାଇଛି ।  ଏସି ବସ୍‌ର ଭଡା ଏକ ଟଙ୍କା ୨୩ ପଇସା ଥିବା ବେଳେ ଏହାକୁ ହ୍ରାସ କରାଯାଇ ଏକ ଟଙ୍କା ୧୯ ପଇସା କରାଯାଇଛି ।

Leave A Reply