ମଧ୍ୟପ୍ରଦେଶରେ ଯାତ୍ରୀବାହୀ ବସ୍‍ ଓଲଟି ୪ ମୃତ, ୪୦ରୁ ଊର୍ଦ୍ଧ୍ବ ଆହତ

0

ସତନା : ସତନା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ଅମରପାଟନା ଥାନା ଅଞ୍ଚଳର କିରହାଇ ଗ୍ରାମ ନିକଟରେ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ବସ ଓଲଟି ୪ ଜଣଙ୍କ ମୃତ୍ୟୁ ଘଟିଛି ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଅମରପାଟନ ଏବଂ ସତନା ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅମରପାଟନା ଥାନାଧିକାରୀ ଆରପି ସିଂହଙ୍କ କହିବା ଅନୁସାରେ ବସ ହିନୌତିରୁ ଅମରପାଟନା ଯାଉଥିଲା। ସକାଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟିପଡିଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଏବଂ ପୁଲିସ୍‍ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ। ପରେ ଗୁରୁତର ଆହତଙ୍କୁ ସତାନା ଏବଂ ଅମରପାଟନା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଜିଲାପାଳ ସତ୍ୟନ୍ଦ୍ରେ ସିଂହ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଆହତଙ୍କୁ ୧୦,୦୦୦ ଏବଂ ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି।

Leave A Reply