ଜାତୀୟ ରାଜପଥରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୪ ମୃତ, ୨୫ ଆହତ

ବିକାନେର: ରାଜସ୍ଥାନର ବିକାନେର ଜିଲା ଅନ୍ତର୍ଗତ ଶ୍ରୀଡୁଙ୍ଗରଗଢ଼ ୧୧ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା​‌ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୨୫ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସାମ୍ନାଠାରୁ ମଧ୍ୟ ଭାଗ ପର୍ଯ୍ୟନ୍ତ ଚୂର୍‌ମାର ହୋଇଯାଇଛି।

ସୂଚନା ଅନୁସାରେ, ବସ୍‌ଟି ଯାତ୍ରୀଙ୍କୁ ନେଇ ବିକାନେରରୁ ଜୟପୁର ଯାଉଥିଲା। ଯୋଧାସର ଏବଂ ସେରୁଣା ଗାଁ ମଧ୍ୟ ଭାଗରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ସହିତ ବସ୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଖବର ପାଇ ପ୍ରଶାସନ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ଵରାନ୍ବିତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ପୁଲିସ ହସ୍ପିଟାଲକୁ ନେଇଥିଲା।

Comments are closed.