ଓଲଟି ପଡିଲା ଯାତ୍ରୀବାହୀ ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

କୋରାପୁଟ: ବୋରିଗୁମ୍ମା ବ୍ଳକ୍ ପର୍ଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଉମରକୋଟ ଯାଉଥିବା ଜଣାପଡିଛି ।

Leave A Reply