ଯାତ୍ରୀବାହୀ ବସ୍‍ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲା ୬୦ ଜୀବନ

0

ବଣେଇ : ରାଉରକେଲାରୁ ରୁ ଭୁବନେଶ୍ୱର ଯାଉଥିବା ଗଙ୍ଗା ନାମକ ନାଇଟ କୋଚ୍‍ ବସ୍‍ ବଣେଇ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଯାତ୍ରୀଙ୍କୁ ରାଉରକେଲା ଚିକିତ୍ସାଳୟକୁ ନିଆଯାଇଥିବାର ସୂଚନା ମିଳିଛି। ଆହତ ଦୁଇ ଜଣଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉଥିବାର ଜଣାପଡ଼ିଛି। ଟିକାୟତପାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Leave A Reply