ଖାଇକୁ ଖସିଲା ବସ୍, ୩୦ଗୁରୁତର

କୋଟଗଡ଼ : କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ଆଡାରି ନିକଟ ଡ଼ୁମୁରା ଘାଟିରେ ସୋମବାର ଏକ ବସ୍ ଖାଇକୁ ଖସିପଡ଼ିବାରୁ ୩୦ଜଣ  ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ କୋଟଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଦୀପକ ଏଣ୍ଡ୍ ଦିପକ ମିନି ବସ୍  କୋଟଗଡରୁ ଯୁବାଗୁଡା ଯାଉଥିବା ବେଳେ ବାଟରେ ଖାଇକୁ ଖସି ପଡ଼ିଥିଲା। ଯାହାଫଳରେ ୪୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଛି | ଆହତଙ୍କୁ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବାବେଳେ ଓ ଅତି ଗୁରୁତରଙ୍କୁ ବାଲିଗୁଡା ଉପଖଣ୍ଡ ଦାକ୍ତରଖାନାକୁ ପଠାଇଦିଆଯାଇଛି | କୋଟଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | କୋଟଗଡ ବିଡିଓ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। 

Comments are closed.