ବସ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ସୋର : ବାଲେଶ୍ବର ସୋର ଥାନା ଠାରୁ ପ୍ରାୟ ୫ଶହ ମିଟର ଦୂରରେ ବିଳମ୍ବିତ ରାତିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସରେ ଥିବା ୫୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ୧୬ ନଂ ଜାତୀୟ ରାଜପଥ ଉତ୍ତରେଶ୍ବର ଠାରେ ଭୁବନେଶ୍ୱରରୁ ଜଳେଶ୍ଵର ଯାଉ ବସଟିକୁ ପଛ ପଟୁ ଏକ ଟ୍ରକ ପିଟି ଦେଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିଯାଇଥିଲା।

Comments are closed.