ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ଓ ୪୦ ଆହତ

କୁଲ୍ଲୁ : ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାର ଏକ ଯାତ୍ରୀବାହୀ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, କୁଲ୍ଲୁ ଲଗବୈଲୀ ଶାଲଙ୍ଗ ନିକଟରେ ଠାକୁରା କୋଚ୍ ନାମକ ଏକ ମିନି ବସ୍ ଖାଇକୁ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତଙ୍କୁ କୁଲ୍ଲୁ ହସ୍ପିଟାଲ ଓ ପିଏଚସି ଭୁଟ୍ଟୀରେ ଭର୍ତ୍ତି କରାଯାଇଛି । ଏଯାବତ୍ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଜେସିବି ମେସିନ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.