ବସ୍-ଟ୍ରଲର ଧକ୍କା ,୧୫ ଆହତ

0

ଝାରସୁଗୁଡ଼ା : ବେଲପାହାଡ଼ ଓ ଝାରସୁଗୁଡ଼ା ମଧ୍ୟସ୍ଥ ଆମ୍ବଦରହ ଅଞ୍ଚଳର ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଟ୍ରଲର ଓ ମା’ ଭଗବତୀ ନାମକ ବସ୍ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୫ଜଣରୁ ଉର୍ଦ୍ଧ୍ବ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାମୁତାବକ, ଏକ ବୁଲାଣିରେ ଟ୍ରଲର ବୁଲାଇବା ବେଳେ ବସ୍ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ବସ୍ ଚାଳକ ଓ କଣ୍ଡକ୍ଟର ଫେରାର ଥିବା ଜଣାପଡ଼ିଛି।

Leave A Reply