ଆମପାଣି ଘାଟିରେ ଟ୍ରକ ଓଲଟି ଦୁଇ ମୃତ

0

ଧର୍ମଗଡ : ଆମପାଣି ଘାଟିରେ ଏକ କାଠ ବୋଝେଇ ଟ୍ରକ ଓଲଟି ପଡିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ। ପୁଲିସରୁ ମିଳିଥିବା ସୁଚନାନୁଯାୟୀ (ଓଡି୨୪ସି୮୫୦୫) ନମ୍ବର ବିଶିଷ୍ଟ ଏକ ୧୨ ଚକିଆ ଟ୍ରକ ନିଳଗିରି କାଠ ନେଇ କେରାପୁଟ ଅଞ୍ଚଳରୁ ଆମପାଣି ଆଡକୁ ଆସୁଥିଲା। ଗାଡିଟି କେଉଁ ଏକ କାଗଜ କଳ ପାଇଁ କଞ୍ଚାମାଲ ନେଇ ଯାଉଥିବା ଜଣାପଡିଛି। ଘାଟି ଓହ୍ଳେଇବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଠିକ ସେହି ସମୟରେ ନବରଙ୍ଗପୁର ଆଡୁ ଏକ ବାଇକରେ ଦୁଇ ଜଣ ଯାତ୍ରୀ ସେଇ ବାଟ ଦେଇ ଅତିକ୍ରମ କରୁଥିଲେ। ଗାଡିଟି ଓଲଟି ପଡିବା ଫଳରେ ବାଇକ ଯାତ୍ରୀମାନେ ଗାଡି ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଗାଡିରୁ କାଠ ଖାଲି କରିବା ସହ ଜେସିବି ସହାୟତରେ ଗାଡିକୁ ସାମାନ୍ୟ ଉଠେଇ ମୃତ ଦେହକୁ ବାହାରକରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ବାଇକକୁ ଉଦ୍ଧାର କରାଯାଇପାରିନାହିଁ। ବାଇକଟି ଟ୍ରକ ତଳେ ଚାପି ହୋଇ ରହିଛି। ସଂଧ୍ୟା ହେବାରୁ ପୋଷ୍ଟମର୍ଟମ ହୋଇପାରିନଥିବା ବେଳେ ଖବର ଲେଖା ଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

Leave A Reply