ଟୋଲ ପ୍ଲାଜାରେ ଧରାପଡିଲା ଚୋରା ବସ୍

0

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ନିକଟରେ ଥିବା ଟୋଲ ଗେଟ୍ ନିକଟରୁ ଚୋରି ବସ ଉଦ୍ଧାର ହୋଇଛି। ଏହି ବସଟିକୁ ଚୋରି କରି ନେଇ ପଳାଇ ଯାଉଥିବା ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ପୁଲିସ ଥାନାରେ ଅଟକ ରଖିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ବସଷ୍ଟାଣ୍ଡରେ ଥୁଆ ହୋଇଥିବା ଏକ ଘରୋଇ ଯାତ୍ରୀବାହୀ ବସକୁ ନକଲି ଚାବି ସାହାର୍ଯ୍ୟରେ ଯୁବକ ଜଣଙ୍କ ସୋର ଆଡକୁ ନେଇ ଯାଉଥିବା ବେଳେ ବାଟରେ ପୁଲିସ ପାଟ୍ରୋଲିଂ ଗାଡି ସନ୍ଦେହରେ ପିଛା କରିଥିଲେ । ବସଟି ଖନ୍ତାପଡ଼ା ନିକଟରେ ଏକ ଟୋଲଗେଟରେ ପହଞ୍ଚିଲା ପରେ ସେଠାରେ ସେ ଫି ନଦେବାରୁ ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପାଟ୍ରୋଲିଂ ଗାଡି ପହଞ୍ଚି ବସଟିକୁ ଜବତ କରି ଥାନାକୁ ନେବା ପରେ ପୁରା ଘଟଣା ବିଷୟରେ ଜଣାପଡିଥିଲା। ବସ ଚୋରି କରୁଥିବା ଅଭିଯୋଗରେ ପୁଲିସ ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଜ୍ଞାନରଞ୍ଜନ ସାହୁ ବୋଲି ଜଣାପଡିଛି।

Leave A Reply