ଘରୋଇ ବସରୁ ମାଦକ ଦ୍ରବ୍ୟ ଜବତ

0

ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ପୁଲିସ ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଘରୋଇ ବସରୁ ମାଦକ ଦ୍ରବ୍ୟ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

ସୂଚନା ଅନୁଯାୟୀ,  କୋଲକାତା- ଧାମରାକୁ ଯାଉଥିବାବେଳେ ୬୦ନଂ ଜାତୀୟ ରାଜପଥର ଦଣ୍ଡିକା ନିକଟରେ ବସ୍ତା ପୁଲିସ  ଅଟକାଇ ଖାନତଲାସି କରିଥିଲା । ଖାନତଲାସି ସମୟରେ ୧୧ଟି ବ୍ୟାରେଲରେ ଥିବା ୫୫୦ ଲିଟର ରେକଟିଫାଏଡ଼ ସ୍ପିରିଟ ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୬୦ ହଜାର ୫୦୦ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଖାନତଲାସି ସମୟରେ ବସରୁ  ଅନ୍ୟାନ୍ୟ ମାଦକ ଦ୍ରବ୍ୟ  ଜବତ ହୋଇଛି । ଅବକାରୀ, ବାଣିଜ୍ୟି ଓ ପରିବହନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଜବତ ସାମଗ୍ରୀ ସବୁର ମୂଲ୍ୟ ଆକଳନ ସହ ଜରିମାନା ଓ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଚୋରାଚାଲଣରେ ସମ୍ପୃକ୍ତ ୩ ଜଣ ନିଜକୁ ଯାତ୍ରୀ ପରିଚୟ ଦେଇ ପୁଲିସକୁ ଚକମା ଦେବାରେ ସଫଳ ହୋଇଛନ୍ତି।

Leave A Reply