ଆଜି “ମୋ ବସ” ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର : ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଯାତାୟାତ ସୁବିଧା ପାଇଁ ରାଜ୍ୟ ସରକାର “ମୋ ବସ” ଯୋଜନା ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛକରେ ଏହାକୁ ଶୁଭାରମ୍ଭ କରିବେ। ନୂତନ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ବସଗୁଡ଼ିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ। ମୋଟ୍‍ ୨୦୦ଟି ବସକୁ ଏହି ଯୋଜନାରେ ସାମିଲ୍‌ କରାଯିବ। ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟରେ ୧୦୦ଟି ବସ ଚଳାଚଳ କରିବ। ପ୍ରତି ୧୦ମିନିଟରେ ଏହି ବସ ଯାତ୍ରା କରିବ। ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବସ ଚଳାଚଳ କରିବ। ଏହି ବସଗୁଡିକରେ ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବସରେ ସିସି କ୍ୟାମେରା, ଅଟୋମେଟିକ ସେନସର ବ୍ୟବସ୍ଥା ରହିଛି। ସିଟି ବସ ବଦଳରେ ଏହି ବସଗୁଡିକ ଚଳାଚଳ କରିବା ଫଳରେ ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଇଛି।

Leave A Reply