ନିଆଁରେ ପୋଡି ହୋଇ ନାବାଳିକା ମୃତ

0

କେନ୍ଦ୍ରାପଡା: ନିଆଁରେ ପୋଡି ହୋଇ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ଚାଳି ବାଉଁଶମୂଳ ଗାଁରେ ଘଟିଛି । ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ନିଆଁରେ ପୋଡି ହୋଇ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କର ମୃତଦେହ ଉଦ୍ଧାର କରିଛି। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply