ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟରେ ସମାଜର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା

0

ବୁର୍ଲା: ସମାଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ବୁର୍ଲା ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଚିତ୍ରାଙ୍କନ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସର୍ବମୋଟ ୧୪୪ ଜଣ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ କରାଯାଇଥିଲା। କନିଷ୍ଠ ଏବଂ ବରିଷ୍ଠ ବିଭାଗ ଚିତ୍ରାଙ୍କନରେ ସର୍ବମୋଟ ୧୩୩ ଜଣ ଓ ପ୍ରବନ୍ଧ ଲିଖନରେ ୧୧ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ତଥା ଭାରତୀ କଳାବିକାଶ କେନ୍ଦ୍ରର ସମ୍ପାଦକ ନିରଞ୍ଜନ ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୁର୍ଲା ଭିମସାରର ଶଲ୍ୟ ବିଭାଗର ସୁଖ୍ୟାତିନାମା ଶଲ୍ୟ ଚିକିତ୍ସକ ପ୍ରଫେସର ଶ୍ରୀବତ୍ସ କୁମାର ମହାପାତ୍ର ଯୋଗଦାନ କରି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାଶର ବୃଦ୍ଧି ସହିତ ଛାତ୍ରଛାତ୍ରୀଙ୍କ ବିକାଶର ପଥକୁ ସୁଗମ କରିବ ବୋଲି କହିଥିଲେ।

ଚିତ୍ରାଙ୍କନରେ ବରିଷ୍ଠ ବିଭାଗର ବୁର୍ଲା ଡ଼ିଏଭି ପବ୍ଲିକ ସ୍କୁଲର ପ୍ରିୟାଂଶୁ ଶେଖର(ପ୍ରଥମ), ବୁର୍ଲା ଡ଼ିଏଭି ପବ୍ଲିକ ସ୍କୁଲର ସଂସ୍କୃତି ପ୍ରଧାନ(ଦ୍ୱିତୀୟ), ବୁର୍ଲା  ଡ଼ିଏଭି ସ୍କୁଲର ପ୍ରୟାଂଶି ପଣ୍ଡା(ତୃତୀୟ) ସେହିପରି କନିଷ୍ଠ ବର୍ଗ ଚିତ୍ରାଙ୍କନ ପ୍ରତିଯୋଗିତାରେ ବୁର୍ଲା ଶିଶୁ ବିଦ୍ୟାମନ୍ଦିରର ସାଇଶ୍ରୀ ଜେନା(ପ୍ରଥମ), ବୁର୍ଲା ଡ଼ିଏଭି ପବ୍ଲିକ ସ୍କୁଲର ଅମ୍ବରିଶ ପଟେଲ(୨ୟ) ଏବଂ ବୁର୍ଲା ଡ଼ିଏଭି ପବ୍ଲିକ ସ୍କୁଲର ଲୟତମୀକା ମହାନ୍ତି(୩ୟ) ସ୍ଥାନ ଅଧିକାର କରିଛନ୍ତି । ପ୍ରବନ୍ଧ ପ୍ରତିଯୋଗୀତାରେ ଅରବିନ୍ଦ ସ୍କୁଲର ପ୍ରିୟମ୍ବଦା ମିଶ୍ର(ପ୍ରଥମ), ଅରିବିନ୍ଦ ସ୍କୁଲର କିଶୋର ଚନ୍ଦ୍ର ପ୍ରଧାନ(୨ୟ) ଏବଂ ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟର କୃଷ୍ଣ ସାହୁ(ତୃତୀୟ) ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ତଥା ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ।

Leave A Reply