ବୁର୍ଲା ମେଡ଼ିକାଲରେ ଡ଼ାକ୍ତରଙ୍କୁ ଦୁଇ ଯୁବକଙ୍କ ମାଡ଼ ମାରିବା ଘଟଣା:ଉଭୟ ଯୁବକଙ୍କୁ ଗିରଫ୍‍ କଲା ପୁଲିସ

ବୁର୍ଲା:ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାରରେ ରୋଗୀ ସେବାକୁ କେନ୍ଦ୍ର କରି ପୁନର୍ବାର ଏକ ଉତ୍ତେଜନା ପୁର୍ଣ୍ଣ ପରିସ୍ତିତି ସୃଷ୍ଟି ହୋଇଛି। ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗରେ ପୋଲିସ ଉଭୟ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଆଜି ମସ୍ତିଷ୍କ ଶଲ୍ୟ ବିଭାଗୀୟ ଡ଼ାକ୍ତରଙ୍କୁ ଦୁଇ ଯୁବକ ଆସି ଅସ୍ତ୍ରୋପଚାର କକ୍ଷରେ ଆକ୍ରମଣ କରିବା ଘଟଣାକୁ ନେଇ ବୁର୍ଲା ଭିମସାର ପୁଣି ଉତ୍ତେଜନାପୁର୍ଣ୍ଣ ହୋଇ ଉଠିଥିଲା। ପିଜି ଡ଼ାକ୍ତରୀ ଛାତ୍ରଛାତ୍ରୀ ତଥା ଅନ୍ୟାନ୍ୟ ହାଉସ ସର୍ଜନ ଏବଂ ୟୁଜି ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପୁର୍ଣ୍ଣ ବତାରବରଣ ସୃଷ୍ଟି ହୋଇଥିବା ବେଳେ ବୁର୍ଲା ଭିମସାର କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ବୁର୍ଲା ଭିମସାରର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ବୁର୍ଲା ଫାଣ୍ଡିକୁ ପ୍ରାୟ ୩ରୁ୪ ଘଣ୍ଟା ସମୟ ଧରି ଘେରାଉ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଯୁବକଙ୍କୁ ଗିରଫ କରିବାକୁ ଦାବୀ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ସ୍ନାୟୁଶଲ୍ୟ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ରବିବାର ପୂର୍ବାହ୍ନ ୧୧ଟା ସମୟରେ ଅସ୍ତ୍ରୋପଚାର ଗୃହରେ ଅସ୍ତ୍ରୋପଚାର ପାଇଁ ସଜବାଜ ହେଉଥିଲେ। ଏହି ସମୟରେ ଝାରସୁଗୁଡା ଅଞ୍ଚଳର ରୋଗୀଙ୍କ ୨ଜଣ ସମ୍ପର୍କୀୟ ଡାକ୍ତରଙ୍କୁ ଭେଟି ଘରୋଇ ନର୍ସିଂହୋମ ଯିବାକୁ ଅନୁରୋଧ କରିଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବା କହି ତୁରନ୍ତ ଚିକିତ୍ସା କରିବାକୁ କହିଥିଲେ। ତେବେ ଡାକ୍ତର ଜଣକ ଅସ୍ତ୍ରୋପଚାର କରୁଥିବା କହି ବାହାରେ ଅପେକ୍ଷା କରିବାକୁ କହିଥିଲେ। ଏଥିସହ ସରକାରୀ ଡ୍ୟୁଟି ସମୟରେ ସେ ଯିବେ ନାହିଁ ବୋଲି ରୋକ୍‍ଠୋକ୍‍ ମନା କରି ଦେଇଥିଲେ। ଏଥିରେ ଉତ୍‍କ୍ଷୀପ୍ତ ହୋଇ ଯୁବକ ୨ଜଣ ଡାକ୍ତରଙ୍କୁ ମାଡ ମାରିବା ସହ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଅସ୍ତ୍ରୋପଚାର କକ୍ଷର ଏକ କୋଠରୀ ମଧ୍ୟରେ ଡ଼ାକ୍ତରଙ୍କୁ ବଳପୁର୍ବକ ବନ୍ଦ କରିବା ପାଇଁ ଉଭୟ ଯୁବକ ପ୍ରୟାସ କରିଥିଲେ। ଏଥି ମଧ୍ୟରେ ଡାକ୍ତର ପାଟ୍ଟଯୋଶୀଙ୍କ ପାଟି ଶୁଣି ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଏହି ୨ଜଣଙ୍କୁ ଅସ୍ତ୍ରୋପ୍ରଚାର ଗୃହରେ ତାଲା ପକାଇ ଦେଇଥିଲେ। ପୋଲିସକୁ ଏ ସମ୍ବନ୍ଧରେ ଖବର ଦିଆଯାଇଥିବା ବେଳେ ଜଣେ ଯୁବକ କାଚ ଭାଙ୍ଗି ଫେରାର୍‍ ହୋଇଯିବାକକୁ ଉଦ୍ୟମ କରୁଥିବା ସମୟରେ କିଛି ଡ଼ାକ୍ତରୀ ଛାତ୍ର ଏହା ଦେଖି ତାଙ୍କୁ ପିଛା କରି କାବୁ କରି ନେଇଥିଲେ। ଏହା ସହିତ ସେଠାରେ ଡ଼ାକ୍ତର ପାଟ୍ଟଯୋଶୀ ଜଣେ ଶାନ୍ତ ସ୍ୱଭାବର ସୁଚିକିତ୍ସକ କିପରି ଭାବରେ ତାଙ୍କୁ ଉକ୍ତ ଯବକ ଦ୍ୱୟ ଆକ୍ରମଣ କଲେ ବୋଲି ଡ଼ାକ୍ତର ମାନେ ଉଭୟ ଯୁବକଙ୍କୁ ପଚାରିବା ପରେ ଡ଼ାକ୍ତରୀ ଛାତ୍ରଙ୍କ ଆକ୍ରୋଶର ଶୀକାର ଉଭୟ ଯୁବକ ହୋଇଥିଲେ। ତେବେ ଘଟଣା ସ୍ତଳରେ ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲ ଫାଣ୍ଡିକୁ ନେଇଥିଲ୍ୱେ। ମାତ୍ର ଇତିମଧ୍ୟରେ ମାତ୍ର ଜଣେ ଯୁବକ ଝସକେତନ ରାଉତ ଓରଫ୍‍ ଆଲୋକକୁ ପୋଲିସ ଅଟକ ରଖିଥିଲା। ଏହି ଖବର ପ୍ରଚାରିତ ହେବା ଡ଼ାକ୍ତର ଛାତ୍ରଙ୍କ ପ୍ରବଳ ଭିଡ଼ ଜୁଟିବା ସହିତ ଏକ ଅଭାବନିୟ ପରିସ୍ତିତି ଉତ୍ପର୍ଣ୍ଣ ହୋଇଥିଲା। ଘଟଣା ସ୍ତଳରେ ବୁର୍ଲା ଏସଡ଼ିପିଓ ଶିଶୁରଞ୍ଜନ ମହାପାତ୍ର, ବୁର୍ଲା ଥାନାଧିକାରୀ ବିଭୁତି ଭୁଷଣ ଭୋଈଙ୍କ ସହିତ ବୁର୍ଲା ଥାନାର ସମସ୍ତ ଅଧିକାରୀ, ମେଡ଼ିକାଲ ଫାଣ୍ଡିର ଅଧିକାରୀଙ୍କ ସମେତ ପ୍ରାୟ ଚାରି ପ୍ଲାଟୁନ ପୁଲିସ ଫୋର୍ସ ମତୟନ କରାଯାଇଥିଲା। ଉତ୍ତେଜନାପୁର୍ଣ୍ଣ ପରିସ୍ତିତି ମଧ୍ୟରେ ପ୍ରାୟ ୩ ଘଣ୍ଟାରୁ ଚାରିଘଣ୍ଟା ପର୍ଯ୍ୟନ୍ତ ବୁର୍ଲା ମେଡ଼ିକାଲ ଫାଣ୍ଡିକୁ ଭିମସାରର ପିଜି ଡ଼ାକ୍ତରୀ ଛାତ୍ର, ୟୁଜି ଏବଂ ହାଉସ ସର୍ଜନ ଡ଼ାକ୍ତରୀ ଛାତ୍ର ଘେରାଉ କରିବା ସହିତ ଏକ ଅଭାବନିୟ ପରିସ୍ତିତି ସୃଷ୍ଟି ହୋଇଥିଲା। ପରେ ଘଟଣା ସ୍ତଳକୁ ବୁର୍ଲା ଭିମସାର କନିଷ୍ଠ ଡ଼ାକ୍ତରୀ ସଂଘର ସଭାପତି ସଞ୍ଜିବ କୁମାର ମିଶ୍ର, ଡ଼ାକ୍ତର ଶଙ୍କର ରାମଚନ୍ଦାନି, ବୁର୍ଲା ଭିମସାରର ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର, ଭିମସାର ହସପିଟାଲର ଭାରପ୍ରାପ୍ତ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ ଏବଂ ପିଡ଼ିତ ଡ଼ାକ୍ତର ପାଟ୍ଟଯୋଶୀ ମେଡ଼ିକାଲ ଫାଣ୍ଡି ପରିସରକୁ ପହଞ୍ଚଥିଲେ। ଉତ୍ୟକ୍ତ ଡ଼ାକ୍ତରୀ ଛାତ୍ରଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ଉତ୍ତେଜନାପୁର୍ଣ୍ଣ ବାତାବରଣ ଲାଗି ରହିଥିଲା। ପୁଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯିବା ସତ୍ୱେ ପ୍ରାୟ ଚାରିଘଣ୍ଟା ସମୟ ପର୍ଯ୍ୟନ୍ତ ଉତ୍ତେଜନା ପୁର୍ଣ୍ଣ ବାତାରବରଣ ଲାଗି ରହିଥିଲା। ଉକ୍ତ ଯୁବକ ଝସକେତନ ରାଉତ ଛାତ୍ରମାନଙ୍କ ସମ୍ମୁଖରେ ଘରୋଇ ସମ୍ବଲେଶ୍ୱରୀ ନର୍ସିଙ୍ଗ ହୋମରେ ତାଙ୍କ ରୋଗୀ ଭର୍ତ୍ତି ହୋଇଥିବା ଏବଂ ସେ ଡ଼ାକ୍ତରଙ୍କୁ ନର୍ସିଙ୍ଗ ହୋମ ଯିବା ପାଇଁ କହିବା ପରେ ସେ ଡ଼୍ୟୁଟିରେ ରହିଥିବା କହି ଯିବାକୁ ମନା କରିଥିଲେ। ମାତ୍ର ଉଭୟ ଯୁବକ ଡ଼ାକ୍ତର ପାଟ୍ଟଯୋଶୀଙ୍କୁ ଠେଲାପେଲା କରିଥିବା ଉତ୍ୟକ୍ତ ଛାତ୍ରମାନଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ। ମାତ୍ର ସେପଟେ ଝାରସୁଗୁଡ଼ା ଜିଲ୍ଲା ଲଏକେରା ଥାନା ଅନ୍ତର୍ଗତ ରେଙ୍ଗାଲବେଡ଼ା ଗ୍ରାମର ପକ୍ଷଘାତ ରୋଗୀ ଥନସୁନ୍ଦର ଓଲଟା ଡ଼ାକ୍ତରଙ୍କୁ ମାଡ଼ ନୁହେଁ ବରଂ ରୋଗୀଙ୍କ ସମ୍ପର୍କିୟଙ୍କୁ ଡ଼ାକ୍ତର ନର୍ସିହୋମ ଭିତରେ ମାଡ଼ ମାରିଥିବା ଅଭିଯୋଗ ଆଣିଥିଲେ। ଡ଼ାକ୍ତର ତାଙ୍କୁ ଭିମସାରରୁ ନର୍ସିଙ୍ଗ ହୋମକୁ ପଠାଇଥିବା ରୋଗୀ ଥନସୁନ୍ଦର ବେହେରା ଗୁରୁତର ଅଭିଯୋଗ ଆଣିବା ସହିତ ତାଙ୍କ ପୁଅ ଏବଂ ସମ୍ପର୍କିୟ ପୁତୁରା ସହିତ ଏହାର ବିରୋଧ କରିବାକୁ ହସପିଟାଲ ଯାଇଥିବା ବେଳେ ଡ଼ାକ୍ତର ସୁର୍ଯ୍ୟକାନ୍ତ ପାଟ୍ଟଯୋଶୀ ଡ଼ାକ୍ତରୀ ଛାତ୍ରଙ୍କୁ ଲଗାଇ ତାଙ୍କ ପ୍ରବଳ ମାଡ଼ ମାରିବା ସହିତ ମିଛ କେସରେ ଫସାଇ ଦେଇଥିବା ରୋଗୀ ଥନସୁନ୍ଦର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଥନସୁନ୍ଦରଙ୍କ ପୁଅ ଏବଂ ଝସକେତନ ଓରଫ୍‍ ଆଲୋକ ରାଉତ ଉଭୟ ଭିମସାରକୁ ଯାଇ ସାମାନ୍ୟ ଧମକ ଚମକ ବା ଗଣ୍ଡଗୋଳ କରିଥାଇ ପାରନ୍ତି ବୋଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ସେପଟେ ଏହାକୁ ନେଇ ବୁର୍ଲା ଥାନାରେ ଭିମସାରର ଭାରପ୍ରାପ୍ତ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ ଏକ ମାମଲା ଉଭୟ ଯୁବକଙ୍କ ନାମରେ କରିଥିବା ବେଳେ ଡ଼ାକ୍ତର ପାଟ୍ଟଯୋଶୀ ଜଣେ ଶାନ୍ତ ସ୍ୱଭାବର ଡ଼ାକ୍ତର ତାଙ୍କୁ ଏଭଳି ଆକ୍ରମଣ କରାଯିବାକୁ ନିନ୍ଦା କରିଛନ୍ତି। ଉଭୟ ଯୁବକ ଝସକେତନ ଏବଂ ମୁକେଶ ବେହେରାକୁ ପୁଲିସ ଗିରଫ୍‍ କରି ଥାନାରେ ଅଟକ ରଖିଥିବା ବେଳେ ବୁର୍ଲା ଭିମସାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଥାନାରେ ଅଟକ ରଖାଯାଇଥିବା ଆଲୋକ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସ୍ନାତକୋତ୍ତର ବିଭାଗରେ ଅଧ୍ୟୟନରତ ଛାତ୍ର ବୋଲି ପ୍ରକାଶ କରିଛନ୍ତି।

Comments are closed.