ବୁର୍ଲା ଗୌଡ଼ପାଲିରେ ବିଶ୍ୱକର୍ମା ଭଷାଣି ହିଂସା ରକ୍ତରଞ୍ଜିତ ହେଲା ଗାଁ ଦାଣ୍ଡ :୬ ଜଣ ଗୁରୁତର

ବୁର୍ଲା: ବୁର୍ଲା ଥାନା ଅନ୍ତର୍ଗତ ଗୌଡପାଲି ଗ୍ରାମରେ ଗତକାଲି ଅର୍ଥାତ ଶୁକ୍ରବାରର ବିଶ୍ୱକର୍ମା ଭଷାଣିକୁ କେନ୍ଦ୍ର କରି ଶନିବାରଗୋଷ୍ଠି ସଂଘର୍ଷର ସୁତ୍ରପାତ ହୋଇଥିଲା। ଯାହା ହିସାଂର ରୂପ ନେବା ସହ ରକ୍ତରଞ୍ଜିତ ହୋଇଥିଲା ଗାଁ ଦାଣ୍ଡ। ସ୍ୱଷ୍ଟ ଦିବାଲୋକରେ ଗାଁ ମଝିରେ କିଛି ଯୁବକ ହାତରେ ଭୁଜାଲି ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ରକ୍ତ ଯୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ତିନିଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ବେଳେ ଅନ୍ୟ ତିନିଜଣ ଅଲଗା ଅଲଗା ପରିବାର ବୋଲି ଜଣାପଡ଼ିଛି। ସମସ୍ତ ଆହତ ଗଉଡପାଲି ଗ୍ରାମର। ଆହତ ମାନେ ହେଲେ ହିରାରାମ ମେହେରଙ୍କ ଦୁଇପୁଅ ଅଶୋକ ମେହେର ଏବଂ ଗୋପାଲ ମେହେର ଏବଂ ତାଙ୍କ ସ୍ତ୍ରୀ ପଙ୍କଜିନି ମେହେର ଅନ୍ୟ ତିନିଜଣ ହେଲେ ଅର୍ଜୁନ ମେହେରଙ୍କ ଝିଅ ସୁନିତା ମେହେର,ଘନଶ୍ୟାମ ମେହେରଙ୍କ ପୁଅ ବଲରାମ ମେହେର ଏବଂ ଗୋପାଳ ମେହେରଙ୍କ ସ୍ତ୍ରୀ ଖିରେଶ୍ୱରୀ ମେହେର ବୋଲି ଜଣାପଡ଼ିଛି। ସୁଚନା ଅନୁସାରେ ଗତକାଲି ଗୌଡ଼ପାଲି ଗ୍ରାମରେ ବିଶ୍ୱକର୍ମା ଭଷାଣି ସମୟରେ ଉକ୍ତ ଗ୍ରାମରେ ନାଚଗୀତକୁ ନେଇ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା। ତେବେ ଆଜି ଏହି ଗଣ୍ଡଗୋଳର ସମାଧାନ କରିବା ପାଇଁ ଗ୍ରାମରେ ଏକ ବୈଠକ କରାଯିବା ପାଇଁ ବ୍ୟବସ୍ତା ଚାଲିଥିଲା। ଏହି ସମୟରେ କିଛି ଲୋକ ଗାଁ ମଝିରେ ଛିଡା ହୋଇ କଥା ବର୍ତ୍ତା କରୁଥିବା ବେଳେ ପ୍ରାୟ ୧୦ ଜଣ ଯୁବକ ଭୁଜାଲି ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସେମାନଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରି ଚାଲିଥିଲେ। କେହି କିଛି ବୁଝିବା ପୁର୍ବରୁ ଆକ୍ରମଣ ଘଟି ଚାଲିଥିଲା। ଗୌଡ଼ପାଲି ଦାଣ୍ଡରେ ରକ୍ତର ଛିଟା ମାନ ବିଛାଡ଼ି ହୋଇ ପଡ଼ିଥିଲା। ତେବେ ଏହି ଆକ୍ରମଣ ଥମିବା ପରେ ପ୍ରାୟ ୬ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭିର ଆଘାତ ଲାଗି ରକ୍ତ ବହି ଚାଲିଥିବା ଦେଖିବାକୁ ମିଳିଥିଲା ଏହାପରେ ଗାଁ ଲୋକଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ ରକ୍ତାକ୍ତ ଅବସ୍ତାରେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ଆଣି ଭର୍ତ୍ତି କରାଯାଇଛି। ଏହାକୁ ନେଇ ବୁର୍ଲା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବଶିଘ୍ର ଦୁର୍ବୁତ୍ତ ମାନଙ୍କୁ ଗିରଫ୍ କରାଯିବ ବୋଲି ବୁର୍ଲା ଥାନାଧୀକାରୀ ବିଭୁତି ଭୂଷଣ ଭୋଇ ଗଣମାଧ୍ୟକୁ ସୁଚିତ କରିଛନ୍ତି। ତେବେ ଏହି ଘଟଣା ଗୌଡ଼ପାଲି ଗ୍ରାମରେ ଏକ ଆତଙ୍କର ମହଲ ସୃଷ୍ଟି କରିଥିବା ବେଳେ ଗ୍ରାମରେ ଉତ୍ତେଜନା ପୁର୍ଣ୍ଣ ବାତାବରଣ ଲାଗିରହିଛି।

Comments are closed.