ଭିମସାରର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ପ୍ରଫେସର ପ୍ରଭାତି ଦତ୍ତ

ବୁର୍ଲା : ବୁର୍ଲା ଭିମସାରର କାର୍ଯ୍ୟକାରୀ ନିର୍ଦେଶକ ପ୍ରଫେସର ଧୀରେନ୍ଦ୍ର ନାଥ ମହାରଣା ବିଗତ କିଛିମାସ କାଳ ଅନିର୍ଦ୍ଦିଷ୍ଟ କାଳ ପାଇ ଛୁଟିରେ ଯାଇ ଆଉ ଫେରିନାହାନ୍ତି। ଏହାପରେ ଭାରପ୍ରାପ୍ତ ବ୍ୟବସ୍ତାରେ ନିର୍ଦ୍ଦେଶକ ପଦ  ସ୍ୱାସ୍ଥ୍ୟ ବିଭାଗ ତରଫରୁ ଛାତି ଓ ସଂକ୍ରମଣ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ ପ୍ରଭାତି ଦତ୍ତଙ୍କୁ  ଅବସ୍ଥାପିତ କରାଯାଇଛି। ଫଳରେ ବର୍ତ୍ତମାନ ଭିମସାରରେ ବର୍ତ୍ତମାନ କାର୍ଯ୍ୟନିର୍ବାହି ପରିଷଦ ବୈଠକ ଅନୁଷ୍ଠିତ ହେବ। ଯାହାଫଲରେ ଡ଼ାକ୍ତରଙ୍କ ପଦୋନ୍ନତି, ନୁତନ ପଦ ସୃଷ୍ଟି ଏବଂ ନିଯୁକ୍ତି, ବିଭାଗୀୟ ପଦୋନ୍ନତି ଏବଂ ଅନ୍ୟାନ୍ୟା ବହୁବିଧ ଅଟକି ରହିଥିବା କାର୍ଯ୍ୟ ସମ୍ଭବପର ହୋଇପାରିବା ଆଶା ସଞ୍ଚାର ହୋଇଛି। ଛାତି ଓ ସଂକ୍ରମଣ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଦତ୍ତ ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱ ଭାବରେ ସ୍ତାନିୟ ଅଞ୍ଚଳରେ ଜଣାଶୁଣା। ଏହା ସହିତ ଭିମସାରର ସମ୍ପୁର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଥିବା ପରିଚାଳନା ବ୍ୟବସ୍ତାକୁ ଅନେକ ମାତ୍ରାରେ ସାଜାଡ଼ା ଯାଇ ପାରିବ ବୋଲି ମତପ୍ରକାଶ ପାଉଛି।

ଚଳିତ ନଭେମ୍ବର ମାସ ଗତ ୧୬ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା ୨୯୪୩୮ ମାଧ୍ୟମରେ ଯୁଗ୍ମ ସ୍ୱାସ୍ଥ୍ୟ ସଚିବଙ୍କ ତରଫରୁ ଏହି ନିର୍ଦ୍ଦେଶନାମା ଜାରି କରାଯିବା ସହିତ ପ୍ରଫେସର ଡ଼ ମହାରଣାଙ୍କୁ ଭିମସାର ନିର୍ଦ୍ଦେଶକ ଭାରରୁ କାଢ଼ି ନିଆଯାଇ ପୁନଃ କଟକ ଏସସିବି ମେଡ଼ିକାଲର ମେଡ଼ିସିନ ବିଭାଗକୁ ଫେରାଇ ନିଆଯାଇଛି। ଭାରପ୍ରାପ୍ତ ନିର୍ଦ୍ଦେଶକ ବ୍ୟବସ୍ତା ଦେଇ ଭିମସାର ଗତି କରୁଥିଲା ଏବଂ ଭିମସାରର କୌଣସି ନିଷ୍ପତ୍ତି ସହିତ କୌଣସି ଗୁରୁତ୍ୱପୁର୍ଣ୍ଣ କାମ ହୋଇ ପାରୁ ନ ଥିଲା। ପ୍ରଥମରୁ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବରେ ପ୍ରଫେସର ବିଜୟ କୁମାର ଦତ୍ତ ତାଙ୍କ ଅବସର ପରେ ପ୍ରଫେରସର ବର୍ଷା ଟୁଡ଼ୁ କାମଚଳା ନିର୍ଦ୍ଦେଶକ ରହିଥିଲେ। ସୁଚନା ଥାଉକି ପ୍ରଫେସର ମହାରଣା ବୁର୍ଲା ଭିମସାରରେ ନିର୍ଦ୍ଦେଶକ ଭାବରେ ଯୋଗଦାନ କରିବା ପରେ ମାତ୍ର ତିନିଥର ଭିମସାରରେ ତାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ତାଙ୍କ ଯୋଗଦାନ ଦିନ, ଦ୍ୱିତୀୟ ଦିନ ଜୁଲାଇ ୧୦ ତାରିଖ ଦିନ ଯେତେବେଳେ ଭିମସାରକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆସିଥିଲେ ସେହି ସମୟରେ ତାଙ୍କୁ ସକାଳ ସମୟରେ ଦେଖିବାକୁ ମିଳିଥିଲା। ମାତ୍ର ସେ ଏହାପରେ ପୁଣି ସେହିଦିନ ସଂନ୍ଧ୍ୟାରେ କଟକ ଅଭିମୁଖେ ଚାଲି ଯାଇଥିଲେ। ପରେ ପୁଣି ଏକ ଜରୁରୀକାଳିନ କାର୍ଯ୍ୟନିର୍ବାହି ପରିଷଦ ବୈଠକ ଆଗତ କରିଥିଲେ ସେହି ସମୟରେ କିଛି ଠିକାଭିତ୍ତିରେ ଡ଼ାକ୍ତର ମାନଙ୍କୁ ନିଯୁକ୍ତି ଦେବା ପରେ ସେ ପୁନଃ ଲମ୍ବାଛୁଟିରେ ଚାଲିଯାଇ ଆଉ ଫେରି ନ ଥିଲେ।

ତେବେ ବର୍ତ୍ତମାନ ପ୍ରଫେସର ଦତ୍ତ ଭିମସାରର ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ ହୋଇଥିବା ନେଇ ବିଭିନ୍ନ ମହଲରେ ଖୁସିପ୍ରକାଶ ପାଇଛି। ପୁର୍ବରୁ ପ୍ରଫେସର ପ୍ରକାଶ ଚନ୍ଦ୍ର ମହାପାତ୍ର ଭିମସାରର ପୁର୍ଣ୍ଣକାଳିନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ପୁଜାହାରୀଙ୍କୁ ଛୁଟିରେ ସରକାରୀ କଳ ପଠାଇବା ପରେ ତାଙ୍କୁ ଭିମସାରରେ ନିର୍ଦ୍ଦେଶକ ଭାବରେ ପ୍ରଫେସର ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଥିଲା। ମାତ୍ର ଗତ ମଇମାସ ୩୧ରେ ସେ ଅବସରଗ୍ରହଣ କରିଥିଲେ। ନିର୍ଦ୍ଦେଶକ ପଦ ସମ୍ପୂର୍ଣ୍ଣ ଭାବରେ ଭିମସାରର ଖାଲି ପଡ଼ିଥିବା ବେଳେ କିଏ ପରବର୍ତ୍ତି ନିର୍ଦେଶକ ହେବେ ଓ କେବେ ବିଭାଗ ନିଯୁକ୍ତି ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସପଟେ ଏହା ମଧ୍ୟରେ ଦୁଇଥରରୁ ଊର୍ଦ୍ଧ୍ବ ଥର ଭିମସାରରେ ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞାପନ ବାହାରି ସାରିଥିବା ସତ୍ୱେ କୌଣସି ପ୍ରଫେସର ଏହା ପାଇଁ ରୁଚି ଦେଖାଉ ନାହାନ୍ତି। ଜଣେ ମଧ୍ୟ ଭିମସାରର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହେବା ପାଇଁ ରୁଚି ଦେଖାଇ ନ ଥିଲେ। ସେପଟେ ନିର୍ଦ୍ଦେଶକ ପଦପାଇଁ ରୁଚି ନ ଦେଖାଇବା ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ପ୍ରଥମ କଥା ହେଲା ଆର୍ଥିକ କ୍ଷମତା ଏବଂ ଅନ୍ୟ ଏକ ପ୍ରସଙ୍ଗ ପ୍ରାପ୍ୟ କାରଣ ଜନୈକ ପ୍ରଫେସର ହିଁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଜଣେ ପ୍ରଫେସର କୌଣସି ମେଡ଼ିକାଲରେ ଅବସ୍ଥାପିତ ହେଲେ ତାଙ୍କର ପ୍ରାପ୍ୟ ପାଖାପାଖି ଦୁଇଲକ୍ଷରୁ ତିନି ଲକ୍ଷ ଟଙ୍କା ତେଣୁ ଏହି କାରଣରୁ ନିର୍ଦ୍ଦେଶକ ଭାବରେ କେହି ଅବସ୍ଥାପିତ ହେବା ପାଇଁ ରୁଚି ଦେଖାଉ ନ ଥିବା ନେଇ ଚର୍ଚ୍ଚା ହେଉଛି। ଏହାପ୍ରତି ସ୍ୱାସ୍ଥ୍ୟବିଭାଗ ତରଫରୁ ଚିନ୍ତା କରିବାର ଆବଶ୍ୟକତା ରହିଛି।

Comments are closed.