ମେ ୩ରେ ନିଟ ପରୀକ୍ଷା – ବୁର୍ଖା ଓ କୃପାଣ ରଖିପାରିବେ ପରକ୍ଷାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ନିଟ ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୦ ପାଇଁ ଆଜିଠାରୁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ମେ ୩ରେ ହେବାକୁ ଥିବା ପରୀକ୍ଷାରେ ବୁର୍ଖା, କୃପାଣ ଏବଂ ହିଯାବ ବ୍ୟବହାର କିମ୍ବା ରଖିବା ନେଇ କୌଣସି ପ୍ରତିବନ୍ଧକ ଲାଗୁ କରାଯିବ ନାହିଁ। ତେବେ ଏସବୁ ସାଥିରେ ନେଇ ଯିବାକୁ ହେଲେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପ୍ରବେଶ ଦ୍ୱାରା ଖୋଲିବାର ୧ ଘଣ୍ଟା ପୂର୍ବରୁ ସମ୍ପୃକ୍ତ କେନ୍ଦ୍ର ଅଧିକ୍ଷକଙ୍କୁ ଅବଗତ କରାଇବାକୁ ପଡିବ। ଯଦି ପରୀକ୍ଷାର୍ଥୀ ଡ୍ରେସ କୋଡ଼ ପରିବର୍ତ୍ତେ ଅନ୍ୟ ପୋଷାକ ପିନ୍ଧିବେ କିମ୍ୱା ଚିକିତ୍ସା ଜନିତ କୌଣସି ଯନ୍ତ୍ର ନିଜ ସହ ନେବେ, ସେ କ୍ଷେତ୍ରରେ ସେମାନେ ଆଡମିଟ କାର୍ଡ ଦିଆଯିବ ପୂର୍ବରୁ ପରୀକ୍ଷା ପରିଚାଳନା ଅଧିକାରୀଙ୍କୁ ଜଣାଇବାକୁ ପଡିବ।

ନିଟ ପରୀକ୍ଷା – ୨୦୨୦ କାର୍ଯ୍ୟସୂଚୀ
ଅନଲାଇନ ପଞ୍ଜିକରଣ ସମୟ – ୨୦୧୯ ଡିସେମ୍ବର ୨ରୁ ୩୧ ତାରିଖ
ଦେୟ ପ୍ରଦାନ ସମୟ – ୨୦୨୦ ଜାନୁଆରୀ ୧, ୧ଟା ୫୦ ମିନିଟ ପର୍ଯ୍ୟନ୍ତ
ଅନଲାଇନ ଦରଖାସ୍ତରେ ସଂଶୋଧନ – ୨୦୨୦ ଜାନୁଆରୀ ୧୫ରୁ ୩୧ ତାରିଖ
ଆଡମିଟ କାର୍ଡ ଡାଉନଲୋଡ଼ – ୨୦୨୦, ମାର୍ଚ୍ଚ ୨୭ ତାରିଖ
ପରୀକ୍ଷା – ୨୦୨୦ ମେ ୩ ତାରିଖ, ଅପରାହ୍ନ ୨ରୁ ୫ଟା
ଫଳ ପ୍ରକାଶନ – ୨୦୨୦ ଜୁନ ୪ ତାରିଖ

ଚଳିତ ଥର ସର୍ବାଧିକ ୮ଟି ଏମସ ଓ ଜବାହାରଲାଲ ନେହେରୁ ସ୍ନାତୋକୋତ୍ତର ମେଡିକାଲ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ପାଇଁ ନିଟ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ। ୧୧ଟି ଭାରତୀୟ ଭାଷାରେ ଏହି ପରୀକ୍ଷା ହେବ।

Comments are closed.