ଶୀଘ୍ର କ୍ରିକେଟ୍‌କୁ ଫେରିବାକୁ ବୁମ୍‌ରାଙ୍କ ସୂଚନା

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଆହତ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ କ୍ରିକେଟ ଦଳରୁ ବାଦ୍ ପଡ଼ିଛନ୍ତି। ତେବେ ସେ ଖୁବ୍ ଶୀଘ୍ର ଭାରତୀୟ ଦଳକୁ ଫେରୁଛନ୍ତି ବୋଲି ବୁମ୍‌ରା ସୂଚନା ଦେଇଛନ୍ତି। ତାଙ୍କ ଟ୍ବିଟର ପୃଷ୍ଠାରେ ବୁମ୍‌ରା ଜିମ୍‌ନାସିୟମ୍‌ରେ ଅଭ୍ୟାସ କରୁଥିବାର ଫଟୋ ଛାଡ଼ିଛନ୍ତି ଏବଂ ଲେଖିଛନ୍ତି- କମିଙ୍ଗ୍ ସୁନ୍ (ଶୀଘ୍ର ଆସୁଛି)। ସେପ୍ଟେମ୍ବର ୨୪ରେ ବିସିସିଆଇ ପକ୍ଷରୁ କୁହା ଯାଇଥିଲା ଯେ ୨୫ ବର୍ଷ ବୟସ୍କ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରାଙ୍କ ପିଠିରେ ଆଘାତ ଲାଗିଛି। ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍ ସହ ନିକଟରେ ବାଂଲାଦେଶ ସିରିଜ୍ ପାଇଁ ଘୋଷିତ ଭାରତୀୟ ଟ୍ବେଣ୍ଟି୨୦ ଓ ଟେଷ୍ଟଦଳରେ ବୁମ୍‌ରାଙ୍କୁ ସ୍ଥାନ ଦିଆନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ବୁମ୍‌ରାଙ୍କ ସ୍ଥାନରେ ଉମେଶ ଯାଦବ ଖେଳିଥିଲେ ଏବଂ ଭାରତ ଏହି ସିରିଜ୍‌କୁ ୩-୦ରେ ଜିତି ନେଇଥିଲା। ତେବେ ବୁମ୍‌ରାଙ୍କ ଟ୍ବିଟ୍‌ରୁ ଅନୁମାନ କରାଯାଉଛି ଯେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ବିପକ୍ଷରେ ସେ ଖେଳିପାରନ୍ତି। ତେବେ ଦୁର୍ବଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବୁମ୍‌ରାଙ୍କୁ ଖେଳାଇବାର ନିଷ୍ପତ୍ତି କ’ଣ ମନୋନୟନକାରୀ ନେବେ; ତାହା ଏବେ ପ୍ରଶ୍ନବାଚୀ।

Comments are closed.