ସହିଦ ପୁଲିସ୍‍ ଇନ୍ସପେକ୍ଟରଙ୍କ ପରିବାରକୁ ୭୦ ଲକ୍ଷ ଟଙ୍କା ଦେଲା ୟୁପି ପୁଲିସ

0

ଲକ୍ଷେ୍ନø: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଭିଡ଼ ହିଂସାରେ ସହିଦ ହୋଇଥିବା ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ପରିବାରକୁ ଉତ୍ତରପ୍ରଦେଶ ପୁଲିସ ବିଭାଗ ସହାୟତା ହାତ ବଢ଼ାଇଛି। ପୁଲିସ ବିଭାଗ ପକ୍ଷରୁ ସୁବୋଧଙ୍କ ପରିବାର ସଦସ୍ୟଙ୍କୁ ୭୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ଉତ୍ତରପ୍ରଦେଶ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୩ ତାରିଖରେ ଗୋଚାଲାଣକୁ ନେଇ ବୁଲନ୍ଦସହର ନିକଟସ୍ଥ ମାହ୍ୱା ନାମକ ଗ୍ରାମରେ ହିଂସା ସୃଷ୍ଟି ହୋଇଥିଲା। ହିଂସା ନିୟନ୍ତ୍ରଣ କରିବା ଲାଗି ସୁବୋଧ ତାଙ୍କ ଟିମ୍‍ ସହିତ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ପଥର ମାଡ଼ରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଡ୍ରାଇଭର ଡାକ୍ତରଖାନାକୁ ନେଉଥିବା ବେଳେ ଆକ୍ରମଣକାରୀମାନେ ଗାଡ଼ିକୁ ଗୋଡ଼ାଇ ଏକ ପଡ଼ିଆ ନିକଟରେ ଅଟକାଇ ଥିଲେ। ଏହାପରେ କେହି ଜଣେ ସୁବୋଧଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ସୁବୋଧଙ୍କ ବାମ ଆଖିପତ୍ତା ଉପରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବଜରଙ୍ଗ ଦଳର ନେତା ଯୋଗେଶ ଯାଦବଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ପରେ ପରେ ସଂରକ୍ଷଣ ଦାବି କରୁଥିବା ନିଶାଦ ପାର୍ଟିର ସଦସ୍ୟଙ୍କ ଆକ୍ରମଣରେ ଗତ ଡିସେମ୍ବର ୩୦ ତାରିଖରେ ଗାଜିପୁର ଜିଲାରେ ହେଡ୍‍ କନଷ୍ଟେବଳ ସୁରେଶ ଭାଟଙ୍କ ମୃତ୍ୟୁ ଘଟିଥିଲା।

Leave A Reply