ବୁଲନ୍ଦସହର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିଖର ଅଗ୍ରଓ୍ଵାଲ ଗିରଫ

0

ନୂଆଦିଲ୍ଲୀ: ବୁଲନ୍ଦସହର ହିଂସାକାଣ୍ଡ ଓ ଜଣେ ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ଯୁବମୋର୍ଚ୍ଚା ନେତା ଶିଖର ଅଗ୍ରଓ୍ଵାଲ ଗିରଫ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ହାପୁରରୁ ପୁଲିସ ଶିଖରଙ୍କୁ ଗିରଫ କରିଛି । ପଚରାଉଚରା ପରେ ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ । ବୁଲନ୍ଦସହର ହିଂସାକାଣ୍ଡରେ ଗିରଫ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩ ତାରିଖରେ ବୁଲନ୍ଦସହରେ ଗୋହତ୍ୟା ଘଟଣା ନେଇ ବ୍ୟାପକ ହିଂସା ଓ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ଇନ୍ସପେକ୍ଟର ସୁବୋଧ କୁମାର ସିଂହ ଏବଂ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ହିଂସାକାଣ୍ଡ ପରଠାରୁ ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ଯୁବମୋର୍ଚ୍ଚା ନେତା ଶିଖର ଅଗ୍ରଓ୍ଵାଲ ଫେରାର ଥିଲା।

Leave A Reply