ଗାଡ଼ି ଧକ୍କାରେ ୩ଷଣ୍ଢ ମୃତ

0

ପାଟକୁରା : କେନ୍ଦ୍ରାପଡ଼ା ଜିଲାର ପାରାଦୀପ-ଦଇତାରୀ ରାସ୍ତାର ନଳଦିଆ ଛକରେ ଏକ ଗାଡ଼ି ଧକ୍କାରେ ୩ଟି ଷଣ୍ଢର ମୃତ୍ୟ ଘଟିଛି ଓ ଆଉ ଏକ ଷଣ୍ଢ ଗୁରୁତର ହୋଇଛି। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ପାରାଦୀପରୁ ଚଣ୍ଡୀଖୋଲ ଆସୁଥିବା ଏହି ଗାଡ଼ଟି ନଳଦିଆ ଛକରେ ୪ଟି ଷଣ୍ଢକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମଧ୍ୟରେ ୩ଟି ଷଣ୍ଢ ପ୍ରାଣ ହରାଇଥିବା ବେଳେ ଗୋଟିଏ ଷଣ୍ଢର ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ଘଟିବା ପରେ ଡ଼୍ରାଇଭର ଗାଡ଼ିକୁ ମଶାକଣି ପାର୍କିଙ୍ଗରେ ରଖି ଫେରାର୍‍ ହୋଇଯାଇଛି।

Leave A Reply