ବୁଧବାର ରାଶିଫଳ

0

ମେଷ: ପ୍ରତାରିତ ହେବା ଆଶାକରାଯାଏ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ନେତ୍ର ପୀଡ଼ା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରିବାରେ ଦକ୍ଷ ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

ବୃଷ: ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ।

ମିଥୁନ: କର୍ମକ୍ଷେତ୍ରରେ ପୁରୁଣା ପଦ୍ଧତିକୁ ଛାଡ଼ି, ନୂତନ ପଦକ୍ଷେପ ନେବାକୁ ପଡ଼ିବ। ଉଦର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମଣ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।

କର୍କଟ: ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ପ୍ରତିରୋଧର ସମ୍ମୁଖୀନ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ସିଂହ: ଦିନ ସାରା ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ ଓ ମଧୁରଭାଷୀ ହେବେ। ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

କନ୍ୟା: କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ବନ୍ଧୁ ବା ସରକାରୀ ସହାୟତାରୁ ଲାଭବାନ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ତତ୍‍ସଂଲଗ୍ନ ଧନଲାଭ ହେବ। ଦାମ୍ପତ୍ୟ ସୁଖ ମିଳିବ।

ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା କଫଜନିତ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତ ପ୍ରିୟ ହେବେ। ମଧୁରଭାଷୀ ହେବେ। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି।

ବିଛା: ବ୍ୟବସାୟରେ ଲାଭବାନ ହେବେ। ସାଧନାରେ ସିଦ୍ଧି ଲାଭ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ।

ଧନୁ: କାର୍ଯ୍ୟକୁ କରାୟତ୍ତ କରି ସେଥିରେ ଲାଭବାନ ହେବେ। ପରିଶ୍ରମର ମୂଲ୍ୟ ମିଳିବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାବାନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।

ମକର: ବନ୍ଧୁ ସହଯୋଗ ପାଇବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତୀର୍ଥଯାତ୍ରା କିମ୍ବା ପର୍ଯ୍ୟଟନ ସୁବିଧା ମିଳିବ।

କୁମ୍ଭ: ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। କ୍ରୋଧ ସମ୍ବରଣ କଲେ ବହୁ ସୁଫଳର ଅଧିକାରୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ହୃଦୟବାନ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ମୀନ: ମିଶ୍ରିତ ଫଳ ମିଳିବ। ବନ୍ଧୁ ମିଳନ ଘଟିବ। ଜଣେ ସ୍ୱଚ୍ଛ ବ୍ୟବସାୟୀ ହେବେ। ସମାଜସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ବନ୍ଧୁ ସହାୟତା ପାଇ ଖୁସି ହେବେ। ସ୍ୱର୍ଣ୍ଣାଦି ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି।

Leave A Reply