କୋରେଇ ବିଧାନସଭା ଆସନ ପାଇଁ ବିଏସପିର ପାର୍ଥି ହେଲେ କାଜଲ କିନ୍ନର

0

ଭୁବନେଶ୍ୱର : ବହୁଜନ ସମାଜ ପାର୍ଟି ଯାଜପୁର କୋରେଇ ବିଧାନସଭା ଆସନ ପାଇଁ କିନ୍ନର କାଜଲ ନାୟକଙ୍କୁ ପାର୍ଥି ରୂପେ ଘୋଷଣା କରିଛି। କାଜଲଙ୍କୁ ପାର୍ଥି କରାଯାଇଥିବାରୁ ଏହାକୁ କିନ୍ନର ସମାଜ ସ୍ୱାଗତ କରିଛନ୍ତି। ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କାଜଲଙ୍କୁ ସମର୍ଥନ କରିବା ପାଇଁ ଓଡ଼ିଶା କିନ୍ନର ମହାସଙ୍ଘ କହିଛି। କିନ୍ନରଙ୍କୁ ଟିକେଟ ପ୍ରଦାନ କରି ବିଏସପି ଉଦାହରଣ ସୃଷ୍ଟି କରିଥିବା ମୀରା ପରିଡା କହିଛନ୍ତି। ଅନ୍ୟ ଦଳମାନେ ମଧ୍ୟ କିନ୍ନର ମାନଙ୍କ ଭାଗିଦାରୀ କରିବାକୁ ସେ କହିଛନ୍ତି। ଏହି ଅବସରରେ ମେନକା, ମାଧୁରୀ ମା, ସ୍ୱିଟି କିନ୍ନର, ସଚିବ ସାଧନା ମିଶ୍ର, କାର୍ଯ୍ୟକାରୀ ସଚିବ ମେଘନା ସାହୁ ଆଦି ଉପସ୍ଥିତ ଥିଲେ।

Leave A Reply