ବିଏସ୍‍ଏନ୍‍ଏଲର ଏହି ପ୍ଲାନରେ ପ୍ରତିଦିନ ମିଳିବ ୩.୨ଜିବି ଡାଟା

0

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ(ବିଏସ୍‍ଏନ୍‍ଏଲ) ତାର ୯୮ଟଙ୍କାର ପ୍ଲାନକୁ ଅପଡେଟ କଲାପରେ ଆଉଏକ ଲୋକପ୍ରିୟ ପ୍ଲାନକୁ ଅପଡେଟ କରିଛି। ବିଏସନଏଲର ଏହି ପ୍ଲାନ କେବଳ ପ୍ରି-ପେଡ ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ରହିଛି। ଯାହାର ବୈଧତା ୬୪ଦିନ। ତେବେ ଆସନ୍ତୁ ଏହି ପ୍ଲାନ ବିଷୟରେ ଅଧିମ କିଛି ଜାଣିବା।

ସର୍ବପ୍ରଥମେ ବିଏସନଏଲର ଏହି ପ୍ଲାନର ମୂଲ୍ୟ ୩୪୯ଟଙ୍କା। ଏହାର ବୈଧତା ୬୪ଦିନ। ବିଏସନଏଲର ଏହି ପ୍ଳାନରେ ୬୪ଦିନ ପର୍ଯ୍ୟନ୍ତ ପ୍ରତିଦିନ ୩.୨ଜିବି ଡାଟା ମିଳିବ। ଏହାସହିତ ଏଥିରେ ସବୁ ନେଟୱର୍କରେ ଅନଲିମିଟେଡ କଲିଙ୍ଗର ସୁବିଧା ରହିଛି। ମାତ୍ର ଏହି ପ୍ଲାନରେ ମୁମ୍ବଇ ଏବଂ ଦିଲ୍ଲୀ ସର୍କଲ ପାଇଁ ମାଗଣା କଲିଙ୍ଗର ସୁବିଧା ଦିଆଯାଇନାହିଁ।
ବିଏସ୍‍ଏନ୍‍ଏଲର ଏହି ପ୍ଲାନର ଟକ୍କର ସିଧାସଳଖ ଜିଓର ୩୪୯ଟଙ୍କାର ପ୍ଲାନ ସହିତ ହେବ। ଯେଉଁଥିରେ ୭୦ ଦିନର ବୈଧତା ସହିତ ୧୦୫ଜିବି ଡାଟା ମିଳିଥାଏ। ହି ପ୍ଲାନରେ ପ୍ରତିଦିନ ୧୦୦ମେସେଜ ସହିତ ଅନଲିମିଟେଡ କଲିଙ୍ଗ ମଧ୍ୟ ମିଳିଥାଏ।

Leave A Reply