ଅଖିଳ ଭାରତୀୟ ବିଏସ୍‍ଏନ୍‍ଏଲ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଉତ୍ତର ପ୍ରଦେଶ (ପଶ୍ଚିମ)କୁ ହରାଇ ଓଡିଶା ବିଜୟୀ

0

ଭୁବନେଶ୍ୱର : ଭାରତ ସଂଚାର ନିଗମ ଲିମିଟେଡ୍‍, ଓଡିଶା ପରିମଣ୍ଡଳ, ଭୁବନେଶ୍ୱର ତରଫରୁ ଆୟୋଜିତ ଅଷ୍ଟାଦଶ ଅଖିଳ ଭାରତ ବି.ଏସ୍‍.ଏନ୍‍.ଏଲ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୧୮ର ଦ୍ୱିତୀୟ ଦିବସ ଖେଳ ଭୁବନେଶ୍ୱରସ୍ଥିତ ଭିନ୍ନ ଭିନ୍ନ ଆଠଟି ଗ୍ରାଉଣ୍ଡରେ ୧୬ଟି ଟିମ୍‍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭିନ୍ନ ଭିନ୍ନ ୪ଟି ଷ୍ଟାଡିୟମରେ ଆଜିର ଖେଳ ଅନୁଷ୍ଠିତ ହୋଇଥିଲା।


ଓଡ଼ିଶା ସହିତ ଉତର ପ୍ରଦେଶ (ପଶ୍ଚିମ) ଟିମ୍‍ର ଖେଳ ଆଜି ଇଡ୍‍କୋ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ଓଡ଼ିଶା ୧୭୯ରନ୍‍ ଜବାବରେ ଉତର ପ୍ରଦେଶ (ପଶ୍ଚିମ) ୧୫.୩ ଓଭର୍‍ରେ ସମୁଦାୟ ୮୨ରନ୍‍ କରି ଅଲ୍‍ ଆଉଟ୍‍ ହୋଇଯାଇଥିଲା। ଓଡ଼ିଶା ତରଫରୁ ବିକାଶ ପତି-୪୨, ନିରଞ୍ଜନ ବେହେରା-୩୪, ଟୁକୁନା ସାହୁ-୪୦, ପ୍ରିୟବ୍ରତ ପ୍ରଧାନ-୩୭, ଏବଂ କ୍ୟାପ୍‍ଟେନ୍‍ ବି.ବି.ସି.ସି ମହାପାତ୍ର-୨୩ ରନ୍‍ର ଯୋଗଦାନ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ସୁଜନ ମହାନ୍ତି-୪, ନିରଞ୍ଜନ ବେହେରା-୨, ସଞ୍ଜୟ ସତପଥୀ-୨ ଏବଂ ଟୁକୁନା ସାହୁ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରି ଉତର ପ୍ରଦେଶ (ପଶ୍ଚିମ) ଠାରୁ ମ୍ୟାଚ୍‍କୁ ନିଜ ଅକ୍ତିଆରକୁ ନେଇ ଓଡ଼ିଶାକୁ ବିଜୟୀ କରାଇଥିଲେ।
ସେହିପରି ଅନ୍ୟ ମ୍ୟାଚଗୁଡି଼କରେ ମଧ୍ୟପ୍ରଦେଶ-ଉତରାଖଣ୍ଡକୁ,ଉତର ପ୍ରଦେଶ(ପୂର୍ବ)-କର୍ଣ୍ଣଟକକୁ, ପଶ୍ଚିମବଙ୍ଗ–ବିହାରକୁ, ହିମାଚଳ ପ୍ରଦେଶ–ଛତିଶଗଡ଼କୁ, ହରିଆନା-ଆନ୍ଧ୍ରପ୍ରଦେଶକୁ, ଏନ୍‍.ଟି.ଆର–ତେଲଙ୍ଗାନାକୁ, ଗୁଜରାଟ-ଆସାମକୁ ପରାସ୍ତ କରିଛି।

Leave A Reply