ବିଏସ୍‍ଏନ୍‍ଏଲର ବଡ ଧମାକା; ମାତ୍ର ୧ଟଙ୍କା ୧ପଇସାରେ ମିଳିବ ୧ଜିବି ଡାଟା

0

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ(ବିଏସ୍‍ଏନ୍‍ଏଲ) ଜିଓକୁ କଡା ଟକ୍କର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଖବର ଅନୁସାରେ ବିଏସ୍‍ଏନ୍‍ଏଲ ୧ଟଙ୍କା ୧ପଇସାରେ ୧ଜିବି ହାଇ ସ୍ପିଡ ଡାଟା ଦେବ। ଯାହା ଜିଓର ମୁଣ୍ଡ ବ୍ୟଥାର କାରଣ ସାଜିବ। ତେବେ ଆସନ୍ତୁ ଏହି ପ୍ଲାନ ବିଷୟରେ ଅଧିକ ଜାଣିବା-

courtesy-gizbot

ମିଡିଆ ରିାପାର୍ଟ ଅନୁସାରେ, ବିଏସ୍‍ଏନ୍‍ଏଲ କମ୍ପାନୀ ଜିଓର ଗିଗାଫାଇବରକୁ ଟକ୍କର ଦେବାପାଇଁ ଭାରତ ଫାଇବର ଲଞ୍ଚ କରିବା ପ୍ରସ୍ତୁତିରେ ରହିଛି। ବିଏସ୍‍ଏନ୍‍ଏଲର ଫାଇବର-ଟୁ-ଦି-ହୋମ(ଏଫଟିଟିଏଚ୍‍)ସର୍ଭିସ ଭାରତ ଫାଇବର ଅନୁସାରେ ଗ୍ରାହକଙ୍କୁ ପ୍ରତିଦିନ ୩୫ ଜିବି ଡାଟା ମିଳିବ ଏବଂ ଏହି ପ୍ଲାନ ଦ୍ୱାରା ଡାଟାର ମୂଲ୍ୟ ପ୍ରତି ଜିବିକୁ ୧.୧ଟଙ୍କା ପଡିବ। ସେହିଭଳି ଇଟି ଟେଲିକମ୍‍ର ୱେବସାଇଟ ଅନୁସାରେ ବିଏସ୍‍ଏନ୍‍ଏଲ ନିଜ ୱେବସାଇଟରେ ଭାରତ ଫାଇବର ପାଇଁ ବୁକିଙ୍ଗ ଆରମ୍ଭ କରିଦେଇଛି। କିନ୍ତୁ ବିଏସଏନଏଲର ୱେବସାଇଟରେ ଭାରତ ଫାଇବର ବୁକିଙ୍ଗର କୌଣସି ଲିଙ୍କ ନଜର ଆସୁନାହିଁ।

courtesy-india today

କହିରଖୁଛୁ କିଛିଦିନ ପୂର୍ବେ ଜିଓର ଗିଗାଫାଇବର ଏବଂ ଏୟାରଟେଲ ବ୍ରଡବ୍ୟାଣ୍ଡକୁ ଟକ୍କର ଦେବାପାଇଁ ବିଏସଏନଏଲ ତାର ବାର୍ଷିକ ଏବଂ ୬ମାସର ବ୍ରଡବ୍ୟାଣ୍ଡ ପ୍ଲାନ ଉପରେ ୨୫ପ୍ରତିଶତ କ୍ୟାସବ୍ୟାକ ଦେବାର ଘୋଷଣା କରିଥିଲା। ଏହାବ୍ୟତୀତ କମ୍ପାନୀ ତରଫରୁ ପ୍ରିପେଡ ଗ୍ରାହକଙ୍କ ପାଇଁ ମଧ୍ୟ ୯୮ଟଙ୍କାର ପ୍ଲାନ ଆଣିଛି। ଯେଉଁଥିରେ ପ୍ରତିଦିନ ୧.୫ଜିବି ଡାଟା ମଳିଥାଏ। ଯାହାର ବୈଧତା ୨୬ଦିନ।

Leave A Reply