ଏବେ ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କୁ ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ : ଭାରତୀୟ ଦୂରସଂଚାର ନିଗମ ଲିମିଟେଡ(ବିଏସଏନଏଲ) ତାର ଉପଭୋକ୍ତାମାନଙ୍କ ହିତ ପାଇଁ ଏକ ନୂଆ ପ୍ରିପେଡ ପ୍ଲାନ ଆଣିଛି। ଏହାସହିତ କମ୍ପାନୀ ତରଫରୁ ପୁରୁଣା ଡାଟା ପ୍ଲାନକୁ ଅପଡେଟ ମଧ୍ୟ କରାଯାଇଛି। ବିଏସ୍ଏନ୍ଏଲର ଏହି ନୂଆ ପ୍ଲାନରେ ଗ୍ରାହକମାନଙ୍କୁ ୫୦୦ଟଙ୍କାରୁ କମ ମୂଲ୍ୟରେ ପ୍ରତିଦିନ ୩ଜିବି ଡାଟା ମଳିବା ସହିତ ଅନଲିମିଟେଡ କଲିଙ୍ଗ୍ ଓ ଏସ୍ଏମ୍ଏସ୍ ମିଳିବ।

courtesy-dainik jagarana

ତେବେ ଆସନ୍ତୁ ଜାଣିବା ବିଏସ୍ଏନ୍ଏଲର କେଉଁ ପ୍ଲାନରେ ମିଳିବ ୩ଜିବି ଡାଟା……………………….
ବିଏସ୍ଏନ୍ଏଲର ୧୫୩ଟଙ୍କା ପ୍ଲାନ
ବିଏସ୍ଏନ୍ଏଲର ଏହି ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ମିଳିବ। ଏହାସହିତ ୨୫୦ଲୋକାଲ ଏବଂ ଏସଟିଡି ମିନିଟ ସହିତ ୧୦୦ଏସ୍ଏମ୍ଏସର ସୁବିଧା ଦିଆଯାଇଛି। ଏହାର ବୈଧତା ୨୮ଦିନ।
୪୮୫ଟଙ୍କା ପ୍ଲାନ
ଏହି ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ମିଳିବ। ଏହାସହିତ ୨୫୦ଲୋକାଲ ଏବଂ ଏସଟିଡି ମିନିଟ ସହିତ ୧୦୦ଏସ୍ଏମ୍ଏସର ସୁବିଧା ଦିଆଯିବ। ଏହାର ବୈଧତା ୯୦ଦିନ।

Comments are closed.