ବିଆରପିଏଲ୍‍ ପ୍ଲାଣ୍ଟ କର୍ମଚାରୀଙ୍କ ଆନ୍ଦୋଳନ

0

ବଡବିଲ: ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ବିଆରପିଏଲ୍‍ ପ୍ଲାଣ୍ଟର କର୍ମଚାରୀମାନେ ବୁଧବାର ଦିନ ମୁଖ୍ୟ ଫାଟକକୁ ବନ୍ଦ କରି ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି,ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି,ମାଗଣା ସ୍ୱାସ୍ଥ୍ୟ ସେବା,ଘର ଭଡା ଓ ଡଷ୍ଟ ଆଲାଉନ୍ସ ଆଦି ଦାବି କରି ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ଅନୁରୋଧ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଉଦାସୀନ ରହିଥିବାରୁ ଆନ୍ଦୋଳନ କରିବାକୁ ବାଧ୍ୟ ହେଲେ ବୋଲି କର୍ମଚାରୀ ସଙ୍ଘ ପକ୍ଷରୁ କୁହାଯାଇଛି।

Leave A Reply