୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବରଗଡ଼ : ବରଗଡ଼ ପୁଲିସ ଗୁରୁବାର ୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ବରଗଡ଼ର ସେଖ୍ ମଜୀଉଦ୍ଦିନ।
ଘଟଣାରୁ ପ୍ରକାଶ ଯେ, ବରଗଡ଼ର ଗୌରୀଶଙ୍କର ମନ୍ଦିର ନିକଟରେ ମଜୀଉଦ୍ଦିନ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା। ତାଙ୍କ ପାଖରୁ ନିଜେ ବ୍ୟବହାର କରିବାକୁ ରଖିଥିବା ବ୍ରାଉନସୁଗାର ପୁଲିସ ଜବତ କରିଛି। ଜବତ ବ୍ରାଉନସୁଗାରକୁ ପରୀକ୍ଷା କରାଯିବାକୁ ଲାବ୍ରୋଟାରୀକୁ ପଠାଯିବ ବୋଲି ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.