ମାଟିଆ ଓ ଧଳା ଅଣ୍ଡା ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ, ଜାଣନ୍ତୁ କାହିଁକି ମାଟିଆ ଅଣ୍ଡାର ଦାମ୍ ଅଧିକ?

ଧଳା ଅଣ୍ଡା ଅପେକ୍ଷା ମାଟିଆ ଅଣ୍ଡା ଶରୀର ପାଇଁ ଅଧିକ ଲାଭଦାୟକ। ସେହିପରି ବ୍ରାଉନ ବା ମାଟିଆ ରଙ୍ଗର ବ୍ରେଡ୍, ମାଟିଆ ରଙ୍ଗର ଚାଉଳ ଏବଂ ମାଟିଆ ରଙ୍ଗର ଅଣ୍ଡା ସ୍ବାସ୍ଥ୍ୟପଯୋଗୀ। ମାଟିଆ ଅଣ୍ଡାକୁ ଦେଶୀ ଅଣ୍ଡା ବୋଲି ମଧ୍ୟ କୁହାଯାଏ। ଅନେକ ଲୋକ ଧଳ ଅଣ୍ଡା ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ମାଟିଆ ବା ଦେଶୀ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି, ମାଟିଆ ଅଣ୍ଡା ଓ ଧଳା ଅଣ୍ଡା ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ?
ଏକ ସର୍ବେକ୍ଷଣରୁ ଜଣାପଡିଛି ଧଳା ଅଣ୍ଡା ଅପେକ୍ଷା ମାଟିଆ ଅଣ୍ଡାରେ ଅଧିକ ପରିମାଣର ପ୍ରୋଟିନ ରହିଥାଏ କିନ୍ତୁ କୋଲେଷ୍ଟେରୋଲ ମାତ୍ରା କମ୍ ଥାଏ। କୋଲେଷ୍ଟେରୋଲ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ବ୍ୟକ୍ତି ଧଳା ଅଣ୍ଡା ଅପେକ୍ଷା ମାଟିଆ ଅଣ୍ଡା ଖାଇବା ଫଳପ୍ରଦ ହୋଇପାରେ।
ବିଶେଷଜ୍ଞଙ୍କ ମତ ଅନୁସାରେ ଧଳା ଅଣ୍ଡା ଓ ମାଟିଆ ଅଣ୍ଡା ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ। କିନ୍ତୁ ପୋଷକ ତତ୍ତ୍ଵ ଅନୁସାରେ ଧଳା ଅଣ୍ଡା ଅପେକ୍ଷା ମାଟିଆ ଅଣ୍ଡା ଅଧିକ ଲାଭଦାୟକ।

ମାଟିଆ ଅଣ୍ଡାର ଦାମ୍ ଅଧିକ କାହିଁକି?  

ମାଟିଆ ଅଣ୍ଡା ବା ଦେଶୀ ଅଣ୍ଡା ଦେଉଥିବା କୁକୁଡା ଫାରର୍ମରଙ୍କ ଠାରୁ ଅଧିକ ଖାଦ୍ୟ ଖାଇଥାଏ। ତେଣୁ କୁକୁଡା ଚାଷୀକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ। ସେଥିଲାଗି ଦେଶୀ ଅଣ୍ଡା ବା ମାଟିଆ ଅଣ୍ଡାର ଦାମ ଧଳା ଅଣ୍ଡା ଠାରୁ ଅଧିକ ରହିଥାଏ।
ମାଟିଆ ଅଣ୍ଡାର ହଳଦିଆ ଅଂଶ ବା କେଶର, ଧଳା ଅଣ୍ଡା ଅପେକ୍ଷା ଅଧିକ ଗାଢ ରଙ୍ଗର ହୋଇଥାଏ। ଏହାର କାରଣ ଦେଶୀ କୁକୁଡା ଅଧିକ ମକ୍କା ଖାଇଥାନ୍ତି।

Comments are closed.