ସାପ କାମୁଡ଼ାରେ ପ୍ରାଣ ହରାଇଲେ ଭାଇ-ଭଉଣୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବୁଳିଆ ଗାଁରେ ସୋମବାର ସାପ କାମୁଡ଼ାରେ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ଭାଇର ବୟସ ୮ ବର୍ଷ ଓ ଭଉଣୀ ୧୩ ବର୍ଷ ବୟସ୍କା। ମିଳିଥିବା ଖବର ଅନୁସାରେ, ରବିବାର ରାତିରେ ଶୋଇଥିବା ସମୟରେ ଭାଇ ଭଉଣୀ ଦୁହିଁଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ସେମାନଙ୍କୁ ପ୍ରଥମେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ସେମାନଙ୍କର ମୃତ୍ୟୁ ହୋଇଛି। ଆଉ ମାତ୍ର ଦୁଇ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାଇ-ଭଉଣୀଙ୍କର ଏଭଳି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.