ଭାରତୀୟ ନାଗରିକଙ୍କୁ ହତ୍ୟାକରିଥିବା ବ୍ରିଟିଶ ନାବାଳକକୁ ୪ ବର୍ଷ ଜେଲ୍‌

0

ଲଣ୍ଡନ .-ସିଗାରେଟ୍‌ ବିକ୍ରି କରିବାକୁ ମନା କରିଥିବା ଭାରତୀୟ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଜଣେ ବ୍ରିଟିଶ ନାବାଳକକୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି । ୧୬ ବର୍ଷିୟ ଏହି ନାବାଳକ ନିଶାଗ୍ରସ୍ତ ଅବସ୍ଥାରେ ଆସି ସିଗାରେଟ୍‌ ମାଗିଥିଲା । ବିଜୟ କୁମାର ପଟେଲ ନାମକ ଏହି ଦୋକାନୀ ଜଣଙ୍କ ନାବାଳକକୁ  ତାହାର ବୟସ ହୋଇ ନ ଥିବାରୁ ସିଗାରେଟ୍‌ ବିକ୍ରି କରିବାକୁ ମନା କରି ଦେଇଥିଲେ । ଏହାପରେ ନାବାଳକ ଜଣଙ୍କୁ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା । ପରେ  ବିଜୟ ପଟେଲ୍‌ଙ୍କର ମୃତ୍ୟୁ ହୋଇଥିଲା । ଏହି ସମସ୍ତ ଘଟଣା ସିସି ଟିଭିରେ କଏଦ ହୋଇଥିଲା ।

ନାବାଳକ ଜଣଙ୍କ ନିଶାଗ୍ରସ୍ତ ଅବସ୍ଥାରେ ଏପରି କରିଥିବା ତାଙ୍କ ପରିବାର ଲୋକ ସଫେଇ ଦେଇଥିଲେ । ମାତ୍ର ବିଚାରପତି ତାଙ୍କୁ ଜାମିନ ଦେବା ପାଇଁ ମନା କରିବା ସହ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ତହାପରେ ୩ ବର୍ଷ ପୁଲିସର ନଜରରେ  ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।

Leave A Reply