ମଧୁମେହ ରୋଗୀଙ୍କ ପାଇଁ ସର୍ବୋତ୍କୃଷ୍ଟ ବାଇଗଣ

ଆମ ଭାରତୀୟ ଜଳବାୟୁରେ ବାଇଗଣ ପରିବା ଭଲଭାବେ ଫଳିଥାଏ । ଏହି ପରିବାଟି ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ । ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ବ ମଧ୍ୟ ରହିଛି ।

ବାଇଗଣ ନିୟମିତ ଭାବେ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଏହା ସହଜରେ ହଜମ ହୋଇଥାଏ । ବାଇଗଣ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବାରମ୍ବାର ଗରମ କରି ଖାଇଲେ ମଧ୍ୟ ତାହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହେଉନଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ ।

ଏହି ପରିବାରେ ମହଜୁଦ୍ ଥିବା ପୋଷକତତ୍ତ୍ବ କର୍କଟ ହେବାର ଆଶଙ୍କା କମ୍ କରେ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଉଥିବା ଲୋକଙ୍କଠାରେ କର୍କଟ ହେବାର ଆଶଙ୍କା ୫୦%ରୁ କମ୍ ଥାଏ ।

ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା । ଏହି ପରିବା ଖାଇଲେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ। ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ବାଇଗଣ ବ୍ୟଞ୍ଜନ ମଧ୍ୟ ଉତ୍ତମ ପ୍ରଭାବ ପକାଉଥିବାର ପ୍ରକାଶ । ହୃଦରୋଗର ଆଶଙ୍କା ମଧ୍ୟ ଏହି ପରିବା ଖାଇଲେ କମ୍ ହେଉଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ ।

ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ରୋଗୀ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଇବା ଖୁବ୍ ଉପକାରୀ । ପ୍ରତ୍ୟହ ସେମାନେ ଏହା ଖାଇଲେ ହାଡ଼ ଓ ଗଣ୍ଠିକୁ ଶକ୍ତି ମିଳିଥାଏ ।

Comments are closed.