ଭୁଶୁଡ଼ିଲା କେନାଲ ବ୍ରିଜର ପିଲାର୍; ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

0

ପିପିଲି: ପିପିଲି ନିକଟବର୍ତ୍ତୀ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଟିଆପଡ଼ା ସ୍ଥିତ ଡେଲାଙ୍ଗ ମୁଖ୍ୟ କେନାଲ ଉପରେ ନିର୍ମିତ ପୁରୁଣା ବ୍ରିଜର ମଝି ପିଲାର ବୁଧବାର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଫଳରେ ପୁରା ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସମେତ ଜଗନ୍ନାଥପୁର ପଞ୍ଚାୟତର କେତକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବ୍ରିଜଟି ଭୁଶୁଡ଼ି ପଡିବାରୁ ଜାତୀୟ ରାଜପଥର ଗୁଡିଆ ପୋଖରୀ ଛକ ଠାରୁ ପିପିଲି – ନିମାପଡ଼ା ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଗୋବିନ୍ଦପୁର ପ୍ରଧାନମନ୍ତ୍ରୀ ସଡ଼କରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

Leave A Reply